• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆଜି ୨୦୨୩  ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ସରକାର । ଚଳିତ ବଜେଟରେ ମହିଳା, କୃଷି, ରେଳ, ସ୍ୱାସ୍ଥ୍ୟ ଓ ଶିକ୍ଷା ପରି ଅନେକ ପ୍ରସଙ୍ଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଗୁରୁତ୍ବ ଦେଇଛନ୍ତି । ସଂସଦରେ ବଜେଟ ଉପସ୍ଥାପନ ବେଳେ ନିର୍ମଳା ଆଦିବାସୀ ମିଶନ ପାଇଁ ୩ ବର୍ଷରେ ୧୫ ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି । ଆଦିବାସୀ ଛାତ୍ରଙ୍କ ପାଇଁ ୭୪୦ ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲ ବା (ଇଏମଆରଏସ) ଖୋଲିବା ନେଇ ଘୋଷଣା କରିଛନ୍ତି । ଖୋଲାଯିବାକୁ ଥିବା ଏହି ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲରେ ୩୮ ହଜାର ୮ଶହ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । 

ସେହିପରି ପିଏମପିଡିଜି ବିକାଶ ମିଶନ ଉପରେ ମଧ୍ୟ କେନ୍ଦ୍ର ସରକାର ଚଳିତ ବଜେଟରେ ଧ୍ୟାନ ଦେଇଛନ୍ତି । ୨୦୨୩-୨୪ ବର୍ଷରେ ୬ରୁ ୬.୮% ବିକାଶ ଅନୁମାନ କରାଯାଉଛି । ଯାହା ଫଳରେ ସମୂହ ଜନତାତିର ସାମାଜିକ ଓ ଆର୍ଥିକ ସ୍ଥିତି ବିକଶିତ ହୋଇପାରିବ । ଆଗାମୀ ୩ ବର୍ଷ ପାଇଁ ଯୋଜନା ଲାଗୁ କରିବାକୁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସିକଲ ସେଲ୍‌ ଆନେମିଆ ରୋଗ ନାଶ ପାଇଁ କେନ୍ଦ୍ରର ବଡ଼ ବଜେଟ, ଖୋଲିବ ୧୫୭ ନର୍ସିଂ କଲେଜ

ଚଳିତ ବଜେଟରେ କେନ୍ଦ୍ର ସରକାର ଶିକ୍ଷା ଉପରେ ବିଶେଷ ଦୃଷ୍ଟି ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ୭୪୦ ଏକଲବ୍ୟ ମଡେଲ ସ୍କୁଲ ଓ ୩୮, ୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବା ନେଇ କହିଛନ୍ତି । କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ଆଗାମୀ ୩ ବର୍ଷ ମଧ୍ୟରେ ସାଢ଼େ ୩ଲକ୍ଷ ଆଦିବାସୀ ଛାତ୍ରଙ୍କ ପାଇଁ ୭୪୦ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଆରମ୍ଭ କରିବେ । ଆଉ ଏଥିଲାଗି ୩୮, ୮୦୦ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇବେ ।

ସେପଟେ, ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ବଜେଟରେ ରେଳ ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି । ସଂସଦରେ ବଜେଟ ଉପସ୍ଥାପନା ବେଳେ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅନେକ ନୂଆ ଟ୍ରେନ ଓ ରେଳ ଲାଇନ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ନିର୍ମଳା କହିଛନ୍ତି । ସେହିପରି ପିଏମ୍‌ ଗତି ଶକ୍ତି ଓ ନ୍ୟାସନାଲ ଲଜିଷ୍ଟିକ ନୀତି ଦ୍ୱାରା ଭାରତୀୟ ରେଳବାଇ ତା’ର ସେବାକୁ ତ୍ୱାରାନ୍ୱିତ କରୁଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।