/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688659209.jpg)
Ravenshaw emerges as 1st choice
ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍ ଅଫ୍ ତାଲିକା । କଳା, ବାଣିଜ୍ୟ, ବିଜ୍ଞାନ ସବୁ କଟ୍ ଅଫରେ ଆଗୁଆ ରହିଛି ରେଭେନ୍ସା । ବିଜ୍ଞାନ ଓ ବାଣିଜ୍ୟ ରେ ବିଜେବି ତୃତୀୟରେ ରହିଛି । ସେପଟେ ସିଟ୍ ଜନିତ ସମସ୍ୟା ଦୂର କରିବା ପାଇଁ ଆବଶ୍ୟକସ୍ଥଳେ ସିଟ୍ ବଢାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।
ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ୍ ତାଲିକା । ବିଜ୍ଞାନରେ ୯୧.୬୭% ସହ କଟକ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୯୦% ସହ ବାଲେଶ୍ୱର ଫକୀର ମୋହନ ହାଇଅର ସେକେଣ୍ଡାରୀ ସ୍କୁଲ୍ ଓ ୮୯% ସହ ବିଜେବି ହାଇଅର୍ ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି । ସେହିଭଳି କଳାରେ ବି ୮୦% ସହ ଆଗରେ ରହିଛି ରେଭେନ୍ସା । ଦ୍ୱିତୀୟରେ ୭୮% ସହ ରାଉରକେଲା ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲ ଓ ତୃତୀୟରେ ୭୮.୬୭% ସହ ଟିଟଲାଗଡ଼ ଡିଏଭି ହାଇଅର ସେକେଣ୍ଡାରୀ ସ୍କୁଲ ରହିଛି । ବାଣିଜ୍ୟରେ ବି ରେଭେନ୍ସା ୭୯. ୨୦% କଟ୍ ଅଫ୍ ମାର୍କ ସହ ଆଗରେ ରହିଛି । ଦ୍ୱିତୀୟରେ ୭୭.୩୩% ସହ ରାଉରକେଲା ସରକାରୀ ହାଇଅର୍ ସେକେଣ୍ଡାରୀ ସ୍କୁଲ ଓ ତୃତୀୟରେ ୭୩% ସହ ରହିଛି ବିଜେବି ।
କାଲିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା । ସକାଳ ୯ରୁ ୫ଟା ଯାଏ ଚାଲିବ ନାମଲେଖା । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ହଜାର ପିଲା ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ପିଲା ଦ୍ୱିତୀୟ ଓ ସ୍ପଟ୍ ଆଡମିଶନ ପାଇଁ ରହିଯାଇଛନ୍ତି ।
ଜୁଲାଇ ୧୯ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ୨୦ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ଏଥର ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀ ସମସ୍ତ କଲେଜରେ ଆବେଦନ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)