• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୮ ତାରିଖ ୪ଟାରେ ଯୁକ୍ତଦୁଇ କଳା ରେଜଲ୍ଟ । ୮ ତାରିଖ ଅପରାହ୍ନ ୪ଟା ସମୟରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । www.odisharesults.nic.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଜୁନ୍‌ ୨ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ଯୋଗେ ଓ ୩୭ଟି ମୂଲ୍ୟାୟନ କେନ୍ଦ୍ରରେ ଅନଲାଇନ ଯୋଗେ ମୂଲ୍ୟାୟନ ହୋଇଛି । ୨ଟି ପର୍ଯ୍ୟାୟରେ ଖାତା ଦେଖା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜୁନ ୨ ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଯାଏ ଖାତା ଦେଖା ହୋଇଥିଲା ।