Advertisment

ଜ୍ୟୋତିଷ ହୋଇ ଆସିଲେ, ସବୁ ନେଇ ଚାଲିଗଲେ

ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Loot from woman

Loot from woman

ଜଳେଶ୍ୱର: ନିଜକୁ ଜ୍ୟୋତିଷ କହି ବଜାରରେ ବୁଲୁଥିଲେ ହୋଇଯାଆନ୍ତୁ ସାବଧାନ। ନହେଲେ କ୍ଷଣିକ ଭିତରେ ସର୍ବସ୍ୱ ହରାଇବେ। ସେମିତି ଏକ ଚୋର ଜ୍ୟୋତିଷଙ୍କ ହାବୁଡ଼ରେ ପଡ଼ି ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ରିଷ୍ଟ ଖଣ୍ଡନ ବାହାନାରେ ଲକ୍ଷାଧତ୍କ ଟଙ୍କା ମୂଲ୍ୟର ସୁନାଗହଣା ଲୁଟ୍। ଏଭଳି ଏକ ଅଭିଯୋଗ ହୋଇଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବଡବଜାରରେ।

Advertisment

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବଡବଜାର ଛକ ନିକଟରେ ଦିନ ଦ୍ୱିପ୍ରହରେ ଦୁଇ ଜଣ ଯୁବକ ନିଜକୁ ବାବା କହି ଷ୍ଟୋନ ବିକ୍ରି କରିବାକୁ ଆସିଥିଲେ। ବଡ଼ବଜାର ନିକଟରେ  ଜଣେ ମହିଳା ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ସମ୍ପୃକ୍ତ ଦୁଇ ଜଣ। ସେଇ ଦୁଇ ଜଣ ମହିଳାଙ୍କୁ ତାଙ୍କ ଭବିଷ୍ୟତ ବିଷୟରେ ନାନା କଥା କହିବା ସହ ବହୁତ ଅସୁବିଧା ଥିବା ଜଣାଇଥିଲେ।

ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ଜଣେ ମହିଳାଙ୍କ ହସ୍ତରେଖା ଦେଖି ଭବିଷ୍ୟତ କହିବା ବାହାନାରେ ପିନ୍ଧିଥିବା ସମସ୍ତ ସୁନା ଗହଣା ଖୋଲି ବ୍ୟାଗରେ ରଖିବାକୁ କହିବା ପରେ ମହିଳା ଜଣଙ୍କ ସୁନା ଗହଣା ଖୋଲି ବ୍ୟାଗରେ ରଖିଥିଲେ।

Advertisment

ପରେ ମହିଳାଙ୍କୁ ଚୁନ ଲଗାଇ କାନ ଫୁଲ, ଚେନ୍ ଏବଂ ମୁଦି ବିଭିନ୍ନ ଅଳଙ୍କାରକୁ ମିଶାଇ ପ୍ରାୟ 3 ଲକ୍ଷରୁ ଅଧିକ ଟଙ୍କାର ଗହଣା ଏବଂ ପର୍ସ ଲୁଟ କରି ପଲସର ବାଇକରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି। ମହିଳାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବାଘା ଯତୀନ ବୋଲି ଜଣାପଡିଛି, ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି।

West Bengal Balasore
Advertisment
Advertisment