Advertisment

କଟକରେ ଦାଦାଗିରି: ପୋଲିସ୍‌ ଆଖି ସାମ୍ନାରେ ବିଚ୍‌ ରାସ୍ତାରେ ଯୁବକଙ୍କ ହାତ ବାନ୍ଧି ଦୌଡ଼ାଇଲେ

୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ଆସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି। ଏହାପରେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନେଇଥିଲେ।

ଅଦ୍ୟତନ ହୋଇଛି
Crime In Cuttack

Youth Paraded In Cuttack Street Over Non Payment Of Dues

Advertisment

ବିଚ୍‌ ରାସ୍ତାରେ ଦାଦାଗିରି। ବାକି ଟଙ୍କା ନ ଫେରାଇବାରୁ ହାତ ବାନ୍ଧି ଦୌଡ଼ାଇଲେ। ଶହଶହ ଲୋକ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ୍‌ ରହୁଥିଲେ। କାରଣ ପାଟି ଖୋଲିଲେ ଜୀବନ ଚାଲି ଯିବାର ଭୟ ରହିଛି। ଖୁଲମ୍‌ଖୁଲା କଟକ ର ବିଚ୍‌ ରାସ୍ତାରେ  ଏଭଳି ଘଟଣା ଦେଖିବାକୁ ମିଳିଛି। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି।

Advertisment

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ଆସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି। ଏହାପରେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନେଇଥିଲେ। ସେଲଟର୍‌ ଛକ, କନିକା ଛକ ଓ ଚଣ୍ଡୀ ଛକ ଯାଏ ପ୍ରାୟ ଅଧ ଘଣ୍ଟା ଯାଏ ଏପରି ଖୁଲମ୍‌ଖୁଲା ଦାଦାଗିରି ଚାଲିଥିଲା। 

ଅଧିକ ପଢ଼ନ୍ତୁ: ହୋଟେଲ୍ ମାଲିକଙ୍କ ଦାଦାଗିରି: ୫ ଟଙ୍କା ପାଇଁ ଗ୍ରାହକଙ୍କୁ ବିଚ୍ ରାସ୍ତାରେ ଅମାନୁଷିକ ଭାବେ ପିଟିଲେ

Advertisment

ଶହଶହ ଲୋକ ଏହା ଦେଖୁଥିଲେ ମଧ୍ୟ ଭୟରେ ଚୁପ୍‌ ରହୁଥିଲେ। କାରଣ ପାଟି ଖୋଲିଲେ ଜୀବନ ଚାଲି ଯିବାର ଭୟ ରହିଛି। ଯଦି କେହି ଅଟକାଇବାକୁ ଆସିଲା ତାଙ୍କୁ ମାରଣାସ୍ତ୍ର ଦେଖାଇ ଯୁବକମାନେ ଭୟଭୀତ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଟ୍ରାଫିକ ପୋଲିସ୍‌ ସାମ୍ନାରେ ଏସବୁ ଦାଦାଗିରି ଚାଲି ଥିବାବେଳେ ଟ୍ରାଫିକ ପୋଲିସ ବି ଏହାର ପ୍ରତିବାଦ କରିନଥିବା ଜଣାପଡ଼ିଛି। ତେଣୁ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି। ଖବର ଲେଖାଯିବା ସୁଦ୍ଧା ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। 

Advertisment
Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ