• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାରିବାରିକ କଳହର କରୁଣ ପରିଣତି । ନିଜକୁ ନିଜେ ଜାଳିଦେଲେ ଯୁବକ । ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ବଡ଼ଗଡ଼ ଥାନା କେଶୁରା ଗାଁରେ ପାରିବାରିକ ଝଗଡ଼ା ପରେ ଜଣେ ଲକ୍ଷ୍ମଣ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଘଟଣାସ୍ଥଳରେ ଲୋକଙ୍କ ଆଗରେ ଜଳି ଯାଇଥିଲେ ଲକ୍ଷ୍ମଣ ।

ଏହାର ପୁରା ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ନିଜ ସ୍କୁଟିରେ ଆସି ଘର ଆଗରେ ଗାଡ଼ି ରଖିଲେ । ଏହାପରେ ନିଜ ଉପରେ ପେଟ୍ରୋଲ ଢାଳି ହୋଇ ନିଆଁ ଲଗାଇଦେଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ବଞ୍ଚାଇବାକୁ ଚେଷ୍ଟା କରିଲେ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇ ପଡିଥିଲେ ଲକ୍ଷ୍ମଣ । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ଏମସକୁ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।