• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁରୀ ସଦର ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼ର ଭିଡିଓ ଭାଇରାଲ୍ । ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ ପିଳିପିଳା ଅଞ୍ଚଳରେ ଦୁଇ ଜଣ ଏବଂ ପୁରୀ ସଦର ଅନ୍ତର୍ଗତ କୋଇଲାଅଡା ଅଞ୍ଚଳରେ ଆଉ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଭିଡିଓ ଭାଇରାଲ୍ ହୋଇଛି ।

ଗତରାତିରେ ପୁରୀ ବ୍ରହ୍ମଗିରି ରାସ୍ତାର ନରେନ୍ଦ୍ର କୋଣ ଠାରେ ମଧ୍ୟ ପିଲାଚୋରି ଅଭିଯୋଗରେ ବହୁ ଲୋକ ରୁଣ୍ଡ ହୋଇଥିବା ଏବଂ ଦୌଡ଼ାଦୌଡ଼ି କରୁଥିବା ଭିଜୁଆଲ ହସ୍ତଗତ ହୋଇଛି । ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ଏଭଳି ଏକାଧିକ ଘଟଣା ନଜରକୁ ଆସିବା ପରେ ଚିନ୍ତା ଓ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଏସପି ପିନାକୀ ମିଶ୍ର । ଆଇନକୁ ହାତକୁ ନନେବା ପାଇଁ ସାମାଜିକ ଗଣମାଧ୍ୟମରେ ସେ ଲୋକଙ୍କୁ ଅପିଲ୍ କରିଛନ୍ତି । ଲୋକମାନେ ଯେଉଁମାନଙ୍କୁ ଅଟକ ରଖିଛନ୍ତି ସେମାନେ ମାନସିକ ଅସୁସ୍ଥ ବୋଲି ଆମ ନଜରକୁ ଆସିଛି ।

ତେଣୁ ଜନସାଧାରଣଙ୍କୁ ଅପିଲ୍ କରାଯାଉଛି ଯେ, କୌଣସି ଅଜଣା ବ୍ୟକ୍ତି କିମ୍ବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରମଣ କରନ୍ତୁ ନାହିଁ । କାହା ଉପରେ ସନ୍ଦେହ ହେଲେ ପୋଲିସକୁ ଖବର ଦିଅନ୍ତୁ । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ଯାଞ୍ଚ କରିବ । କେହି ଆଇନକୁ ହାତକୁ ନେବା ଉଚିତ ନୁହେଁ ବୋଲି ପୁରୀ ଏସପି ସଚେତନ କରିଛନ୍ତି ।