Advertisment

Murder In Drug De Addiction Centre: ତଳେ ପକାଇ ହାତଗୋଡ଼ ବାନ୍ଧିକି ପିଟିଲେ, ମାରିଦେଲେ

ଯୁବକଙ୍କୁ ପିଟିଲେ । ତଳେ ପକେଇକି ପିଟିଲେ । ହାତଗୋଡ଼ ବାନ୍ଧିକି ପିଟିଲେ । ତଳେ ପଡିଯିବା ପରେ ପୁଣି ଉଠାଇଲେ, ପିଟିଲେ । ତଳେ ପଡିଯିବା ପରେ ମୁଣ୍ଡକୁ ଗୋଇଠା ମାରି ଚାଲିଗଲେ । ହାର୍ଟ ବିଟ୍ କମି କମି ପୂରା ବନ୍ଦ ହୋଇଗଲା ।

ଅଦ୍ୟତନ ହୋଇଛି
Beaten To Death

Beaten To Death

Advertisment

ଏହି ଘଟଣା କେଉଁଠି ରାସ୍ତାଘାଟରେ ଘଟିନାହିଁ । ଘଟିଛି ଏକ ନିଶା ନିବାରଣ କେନ୍ଦ୍ରରେ । ତାହା ପୁଣି ଭୁବନେଶ୍ୱର ଉପକଣ୍ଠରେ । ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । କାନ୍ଦି କାନ୍ଦି କହୁଛନ୍ତି, ପୁଅକୁ ଭଲ କରିବାକୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲି । କିନ୍ତୁ ଏହି କେନ୍ଦ୍ରରେ ତାକୁ ପିଟି ପିଟି ହତ୍ୟା କରିଛନ୍ତି । ସୁଚିବାଇ ରୋଗରେ ପୀଡ଼ିତ ଏହି ୨୬ ବର୍ଷୀୟ ଯୁବକଙ୍କ ଦେହ ଭଲ କରିବା ପାଇଁ  ଦିଶା ନିଶା ନିବାରଣ କେନ୍ଦ୍ରରେ ରହୁଥିଲେ । ତେବେ ସେଠାରେ ତାଙ୍କୁ ଜୀବନ ହାରିବାକୁ ପଡ଼ିଛି । ଏଠାରେ ପିଟି ପିଟି ଯୁବକକୁ ମାରି ଦେଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisment

ଭୁବନେଶ୍ୱର - ପୁରୀ ଜାତୀୟ ରାଜପଥ ଉତ୍ତରା ଛକ ନିକଟରେ ରହିଛି ଦିଶା ଫାଉଣ୍ଡେସନ ନାଁରେ ଏକ ନିଶା ନିବାରଣ କେନ୍ଦ୍ର । ଯେଉଁଠାକୁ ଅନେକ ନିଶାସକ୍ତ ଯୁବକ ଆସନ୍ତି ଓ ନିଶା ରାକ୍ଷସ କବଳରୁ ମୁକ୍ତ ହୋଇ ନିଜ ଘରକୁ ଫେରି ଯାଇଥାନ୍ତି । ମାନସିକ ବିକାରଗ୍ରସ୍ତ ରୋଗୀଙ୍କର ମଧ୍ୟ ଏଠାରେ ଚିକିତ୍ସା କରାଯାଏ ।  ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଶୁଭାଶିଷ ଗତ ଡିସେମ୍ୱର ମାସରେ ଏହି କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଭଲ କରିବା ପାଇଁ ତାଙ୍କ ବାପା ଛାଡିଥିଲେ ଏହି କେନ୍ଦ୍ରରେ ।

ଅଧିକ ପଢ଼ନ୍ତୁ : କିଟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ଯିଏ ଚାହିଁବେ ସିଏ ତଥ୍ୟ ଦେଇ ପାରିବେ 

Advertisment

ନିଶା ନିବାରଣ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କ କହିବା ଅନୁଯାୟୀ, ଗତକାଲି କେନ୍ଦ୍ରର ଜଣେ କର୍ମଚାରୀ ଶୁଭାଶିଷଙ୍କୁ କିଛି କଥା କହିବା ପରେ ଶୁଭାଶିଷ ହଠାତ୍ ଉତ୍ତେଜିତ ହୋଇଯାଇଥିଲେ । ସେ ଏକ ଗ୍ଲାସରେ କର୍ମଚାରୀଙ୍କ ମୁହଁକୁ ଆକ୍ରମଣ କରିଥିଲେ । ଏହା ପରେ କର୍ମଚାରୀ ଜଣକ ତାଙ୍କୁ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଆସି ଆକ୍ରମଣ କରିଥିଲେ । ଦୁଇଜଣ କର୍ମଚାରୀ ମିଳିତ ଭାବେ ଆକ୍ରମଣ କରିଥିଲେ । ନିସ୍ତୁକ ପିଟିଲେ । ତଳେ ପଡିଯିବା ପରେ ପୁଣି ପିଟିଲେ । ଶୁଭାଶିଷଙ୍କ ହାତ ପଛପଟକୁ ବାନ୍ଧି ପିଟିଲେ । ତଥାପି ତାଙ୍କ ମନ ଶାନ୍ତ ହେଲାନି । ହାତ ଗୋଡ଼ ବାନ୍ଧି ଡଙ୍ଗା ଭଳି କରି ପିଟିଲେ । ମାଡ଼ ମାରି ମାରି ନିସ୍ତେଜ କରି ପକାଇଦେଲେ । ଶେଷକୁ ଶୁଭାଶିଷଙ୍କ ମୁଣ୍ଡକୁ ଗୋଇଠା ମାରି ଚାଲିଗଲେ । ଅନ୍ୟମାନେ ଭୟରେ କିଛି କହିପାରିନଥିଲେ । ଅନ୍ୟମାନେ ଦେଖିଲା ବେଳକୁ ଶୁଭାଶିଷଙ୍କ ପାଟିରୁ ଧଳା ଧଳା କିଛି ପଦାର୍ଥ ବାହାରୁ ଥିଲା । ହାର୍ଟ ବିଟ୍ ଓ ପଲ୍ସ କମିଯାଉଥିଲା । ଅନ୍ତେବାସୀମାନେ ଛାତିକୁ ପମ୍ପିଂ କରିଥିଲେ ବି କିଛି ଲାଭ ହୋଇନଥିଲା ।

ଏଠାରେ ରଖିବା ପରେ ଗତକାଲି ତାଙ୍କ ପୁଅକୁ ଦିଶା ଫାଉଣ୍ଡେସନ ପରିସରରେ ମାଡ଼ ମରାଯାଇ ହତ୍ୟା କରାଯାଇଥିବାର ଅଭିଯୋଗ କରାଯାଇଛି । ତେବେ ଅନ୍ତେବାସୀଙ୍କୁ ବାରମ୍ବାର ମାଡ଼ ମରାଯିବା ସହିତ ସେମାନଙ୍କୁ ଦଣ୍ଡ ଅଧିକ ପରିମାଣରେ ଦିଆଯାଇଥାଏ ବୋଲି ଅନ୍ତୋବାସୀମାନେ ଅଭିଯୋଗ କରିଛନ୍ତି ।

Advertisment

ଏପରିକି ସାମାନ୍ୟ ଭୁଲ୍ ପାଇଁ ଅଧିକ ଦଣ୍ଡ ଦିଆଯାଏ ବୋଲି କହିଛନ୍ତି ଅନ୍ତେବାସୀ । ମାଡ଼ ମରାଯାଏ, ଏପରିକି ବେକରେ ଗ୍ୟାସ ସିଲିଣ୍ଡର ଓହଳାଯାଏ ବୋଲି ଅଭିଯୋଗ ହୋଇଛି । ଏହି ହତ୍ୟା ଘଟଣାରେ ଫାଉଣ୍ଡେସନର ୩ ଜଣ କର୍ଚାମରୀ ଏବଂ ଏଥିରେ ସମ୍ପୃକ୍ତ ରହିଥିବା ଅନ୍ୟ ୪ ଜଣ ମୋଟରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିଛି । ପିପିଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏହି ଘଟଣା ପରେ କିଛି ଅନ୍ତେବାସୀଙ୍କ ପରିବାର ଲୋକ ସେମାନଙ୍କୁ ଏଠାରୁ ନେଇଯିବା ପାଇଁ ଆସି ପହଞ୍ଚିଛନ୍ତି । ଏହି ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ପାଇଁ ପରିବାର ଲୋକ ଦାବି କରିଛନ୍ତି । ଏ ସଂପର୍କରେ ଦିଶା ଫାଉଣ୍ଡେସନ ପକ୍ଷରୁ କାହାର ପ୍ରତିକ୍ରିୟା ମିଳିପାରିନାହିଁ । 

( ପିପିଲିରୁ ଦ୍ୱିତିକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ ) 

ଅଧିକ ପଢ଼ନ୍ତୁ : କୋଟିପତି ଡେପୁଟି କମିଶନର; ବାବୁଙ୍କ ଘରେ କି ସୁନା?

Man Beaten To Death Police Pipili Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ