Advertisment

‘ମୁଁ ଜାଣିଛି ମୋତେ ସେମାନେ ମାରିଦେବେ, ତେଣୁ ତା’ପୂର୍ବରୁ ମୁଁ ଭିଡିଓ ଭାଇରାଲ୍‌ କରୁଛି’

ଭୁବନେଶ୍ୱରର ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିବାଦ ଦେଖା ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି।

ଅଦ୍ୟତନ ହୋଇଛି
Bhubaneswar Youth Allegedly Murdered By Family Members

Youth Allegedly Murdered By Family Members In Bhubaneswar

Advertisment

‘ମୋ ନାଁ ରଶ୍ମି ରଞ୍ଜନ ବିଶ୍ୱାଳ। ମୋ ପରିବାରର କିଛି ଲୋକ ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି। ମୋ ମୃତ୍ୟୁ ପାଇଁ ଏମାନେ ହିଁ ଦାୟୀ। ମୁଁ ଜାଣିଛି ମୋତେ ସେମାନେ ମାରି ଦେବେ। ତେଣୁ ତା’ପୂର୍ବରୁ ମୁଁ ସୋସିଆଲ୍‌ ମିଡିଆ ରେ ଭିଡିଓ ଭାଇରାଲ୍‌ କରୁଛି। ମୋ ମୃତ୍ୟୁ ପଛର କାରଣ ସରକାର ଜାଣିବାକୁ ଚେଷ୍ଟା କରିବା ଦରକାର।’ ଜଣେ ଯୁବକଙ୍କ ମୃତ୍ୟୁ ପୂର୍ବର ଏମିତି ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିବାଦ ଦେଖା ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି। ମୃତ ଯୁବକଙ୍କ ନାଁ ଜଣକ ହେଲେ ରଶ୍ମି ରଞ୍ଜନ ବିଶ୍ୱାଳ।

Advertisment

ରଶ୍ମିଙ୍କ ମୃତ୍ୟୁ ପରେ ପରିବାର ଲୋକେ ପୋଲିସକୁ ନ ଜଣାଇ ମଶାଣିରେ ଅନ୍ତିମ ସତ୍କାର କରିଦେଇଥିବା ବେଳେ ଏବେ ରଶ୍ମିଙ୍କ ମୃତ୍ୟୁ ପୂର୍ବର ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁ ଭିଡ଼ିଓରେ କିଛି ବ୍ୟକ୍ତିଙ୍କ ନାଁ ରଶ୍ମି କହୁଛନ୍ତି। ଯଦି ମୋର ମୃତ୍ୟୁ ହୋଇଯାଏ ତେବେ ସମ୍ପୃକ୍ତ ବ୍ୟକ୍ତିମାନେ ହିଁ ଦାୟୀ ରହିବେ ବୋଲି ସେ କହୁଥିବା ଭାଇରାଲ୍ ଭିଡ଼ିଓ ରେ ଶୁଣିବାକୁ ମିଳିଛି।

Advertisment

ଭାଇରାଲ୍ ଭିଡ଼ିଓଟି କେବେର ? ପ୍ରକୃତରେ ତାଙ୍କ ସହ କ’ଣ ଘଟିଥିଲା ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ଆଶଙ୍କା କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ୍ ସହାୟତାରେ ମଶାଣିରୁ କିଛି ନମୁନା ସଂଗ୍ରହ କରିଛି ପୋଲିସ।

ସୂଚନାଥାଉ କି, ବନମାଳୀପୁରରେ ରଶ୍ମି ରଞ୍ଜନ ଏକ ଜିମ୍ ସେଣ୍ଟର କରିଥିଲେ। ତେବେ ନିଜର ଆର୍ଥିକ ସ୍ଥିତିକୁ ସେ ଚିନ୍ତାରେ ଥିଲେ ବୋଲି କୁହାଯାଉଛି।

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ