• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶହେ କୋଟି ମାଗିଲା ସ୍କୁଲ କବଜାକାରୀ । ସୁନ୍ଦରଗଡ଼ ମହୁଲପଦା ଥାନା ବଡ଼ଜଲ ସ୍କୁଲକୁ କବଜା କରି ଆତଙ୍କରାଜ ଚଳାଇଥିବା ଯୁବକ ଶେଷରେ ୮ରୁ ୧୦ ପୃଷ୍ଠା କାଗଜରେ ଦାବି ଲେଖି ଦଉଡ଼ିରେ କୋଠା ତଳକୁ ପକାଇଛି । ସେଥିରେ ମୋତେ ଶହେ କୋଟି ଦରକାର ବୋଲି ଲେଖିଛି । ଯୁବକ ଜଣକ ନିଜକୁ ସଦନ ମୁଣ୍ଡା ଓ ଘର ଫୁଲଝର ପଞ୍ଚାୟତ ସୁନ୍ଦରଗଡ଼ରେ ବୋଲି ପରିଚୟ ଦେଇଛି । ଏହାସହ ମୋର ଘର ଭାଙ୍ଗିଯାଇଛି, ପାଚେରୀ, ନଳକୂଅ ଆଦି ଆବଶ୍ୟକ ବୋଲି ଲେଖିଛି ।

ଅଧିକ ପଢ଼ନ୍ତୁ: ଭରତପୁର ଥାନାର ନିଲମ୍ବିତ IICଙ୍କର ହେବ ପଲିଗ୍ରାଫ ଟେଷ୍ଟ, କୋର୍ଟରେ ହାଜର ହୋଇ ଦେଲେ ସହମତି

ଗତ ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ଯୁବକ । ହାତରେ ଧନୁତୀର ଓ ବାଟୁଳି ସହ ଅନ୍ୟ ମାରଣାସ୍ତ୍ର ରଖିଥିବା ସୂଚନା ମଳିଛି । ଗତକାଲି IICଙ୍କୁ ସେ ତୀର ମାଡ଼ କରିଥିଲା। ଏହାପରେ ଆକ୍ସନ ମୋଡ଼ରେ ପୋଲିସ । ତୀର ମାଡ଼ରେ IIC ସୁରେଶ ପ୍ରଧାନ ଆହତ ହୋଇଥିଲେ । ସ୍କୁଲ ଛାତ ଉପରେ ଥିବା ଦୁର୍ବୃତ୍ତକୁ କାବୁ କରିବା ପାଇଁ SDPOଙ୍କ ନେତୃତ୍ବରେ ଦୁଇ ପ୍ଲାଟୁନ ଫୋର୍ସ, ନିକଟ ୩ ଥାନାର IIC ଓ ସଂଧାନୀ କୁକୁର ପହଞ୍ଚି ଉଦ୍ୟମ ଚଳାଇଛନ୍ତି । ତଥାପି ସଂପୃକ୍ତ ଦୁର୍ବୃତ୍ତକୁ କାବୁ କରିବାରେ ସଫଳ ହୋଇନାହାନ୍ତି ।

ସ୍କୁଲ ଛାତ ଉପରେ ଚଢି ଧନୁ ତୀର, ବାଟୁଳି ଧରି ଆତଙ୍କରାଜ ଚଳାଇଛି ଦୁର୍ବୃତ୍ତ । ସ୍କୁଲ ଉପରେ ଏଭଳି ଉତ୍ପାତ କରୁଥିବାରୁ ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲ ଯାଇପାରୁନାହାନ୍ତି । ବାଟୁଳି ମାଡ଼ କରି ସ୍କୁଲର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଆହତ କରିଛି । ୫ ଦିନ ହେଲା ସ୍କୁଲ ଚାଉଳ ନେଇ ଛାତ ଉପରେ ରୋଷେଇ କରି ଖାଇବା ସହ ଉତ୍ପାତ ଚଳାଇଛି । ଦୁର୍ବୃତ୍ତର ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now