/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691500370.jpg)
Odisha, Crime Against Women
ନାଳରୁ ଉଦ୍ଧାର ହେଲା ଯୁବତୀଙ୍କ ଗଳିତ ମୃତଦେହ। ଗଂଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି କଲ୍ୟାଣ ମଣ୍ଡପ ନିକଟ ନାଳରୁ ପୋଲିସ ଠାବ କରିଥିବାବେଳେ ତାଙ୍କ ପରିଚୟ ମିଳିଛି । ମୃତକ ପାଟପୁର ଥାନା ପୁଡାମାରି ଗାଁର ନାରାୟଣ ପ୍ରଧାନଙ୍କ ଝିଅ ସଙ୍ଗୀତା ପ୍ରଧାନ।
ମୃତଦେହଟି ଉପରେ ଏକ ବଡ଼ ପଥର ଲଦି ଦିଆଯାଇଥିବାବେଳେ କେହି ତାଙ୍କୁ ହତ୍ୟା କରି ଏହି ନାଳରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ କିଛିଦିନ ତଳେ ସଂଗୀତା ଘରୁ ୬ ଭରି ସୁନା, ୨୨ ହଜାର ଟଙ୍କା ନେଇ ବାହାରିଯାଇଥିଲେ।
ସିନ୍ଦୁରପୁର ଗାଁର ଜଣେ ଯୁବକଙ୍କ ସହ ସଂପର୍କ ଥିବାରୁ ସେହି ଯୁବକ ହିଁ ତାଙ୍କୁ ହତ୍ୟା କରିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଂଚି ତଦନ୍ତ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ପଥର, ମୋବାଇଲ୍ ଓ ଚପଲ ଆଦି ଜବତ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରହିଛି ।
#ଗଞ୍ଜାମ:
ନାଳରୁ ମିଳିଲା ଯୁବତୀଙ୍କ ଗଳିତ ମୃତଦେହ..ମୃତଦେହ ଉପରେ ପଥର ଲଦା ହୋଇଥିବା ଅବସ୍ଥାରେ ଠାବ ହୋଇଛି..#Ganjam#Deadbody#Odisha#OTVpic.twitter.com/NFnWAHEFjx— ଓଟିଭି (@otvkhabar) August 8, 2023
ଅନ୍ୟପଟେ ମହାନଦୀରେ ଭାସି ଆସୁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦର ନିକଟରେ ମହିଳା ଜଣଙ୍କ ଭାସି ଭାସି ଆସୁଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ପାରିବାରିକ ବିବାଦରୁ ମହିଳାଜଣଙ୍କ ଆଜି ସକାଳେ ଭୁତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଡେଇଁ ପଡିଥିବା ଉଦ୍ଧାର କାରୀ ଟିମ୍ ସୂଚନା ଦେଇଛନ୍ତି । ମହିଳା ଜଣଙ୍କ ୫ କିଲୋମିଟର ଭାସି ଭାସି ଆସି ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦର ନିକଟରେ ଲାଗିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)