Advertisment

ରାସ୍ତା ମଝିରୁ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ; ସାମ୍ନାକୁ ଆସିଲା ଅପହରଣ ଭିଡିଓ

ରାସ୍ତା ମଝିରୁ ଛାତ୍ରୀଙ୍କୁ ଉଠାଇ ନେଇଛନ୍ତି ଦୁର୍ବୃତ୍ତ।  ଏକ କାରରେ ତାଙ୍କୁ ଜବରଦସ୍ତ ବସାଇ ନେଇ ଯାଇଛନ୍ତି ଅପହରଣକାରୀ ।

author-image
Minati Mishra
Kidnap

Kidnap

 ଭଦ୍ରକ: ଟ୍ୟୁସନଙ୍କୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରାଯାଇଛି।  ରାସ୍ତା ମଝିରୁ ଛାତ୍ରୀଙ୍କୁ ଉଠାଇ ନେଇଛନ୍ତି ଦୁର୍ବୃତ୍ତ।  ଏକ କାରରେ ତାଙ୍କୁ ଜବରଦସ୍ତ ବସାଇ ନେଇ ଯାଇଛନ୍ତି ଅପହରଣକାରୀ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲି ଅଞ୍ଚଳରେ। ଏହି ଅପହରଣର ଭିଡିଓ ଏବେ ସାମ୍ନାକୁ  ଆସିଛି।

Advertisment

 ଗତ ୧୯ ତାରିଖରେ ଏହି ଘଟଣା ଘଟିଥିଲେ ମଧ୍ୟ ଏଯାଏ ପୋଲିସ କାହାରି ଟେର ପାଇ ନ ଥିବା ଜଣାପଡ଼ିଛି ।  ନା ସେହି ଛାତ୍ରୀଙ୍କୁ ଉଦ୍ଧାର କରାଯାଇପାରିଛି ନା ଅପହରଣକାରୀଙ୍କ ପତ୍ତା ପାଇଛି ପୋଲିସ  ।ୟ

Advertisment

ଅଭିଯୋଗ ଅନୁସାରେ ଉଗ୍ରତାରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ଚାନ୍ଦବାଲିିରୁ ଟ୍ୟୁସନ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ମହୁଲିଆ ଛକ ନିକଟରେ ଛକିଥିଲେ। ସେଠାରେ ଥିବା ଏକ ସିମେଣ୍ଟ ଦୋକାନ ନିକଟରୁ ତାଙ୍କୁ ଠେଲି ଠେଲି ନେଇ ଜବରଦସ୍ତ କାରରେ ବସାଇ ଦେଇଥିଲେ। ଏହା ପରେ ତାଙ୍କୁ  ଅପହରଣ କରି ନେଇ ଯାଇଥିଲେ। ପରିବାର ଲୋକେ ୧୯ତାରିଖରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ । ଅପହରଣ ପଛରେ ପରମାନନ୍ଦପୁର ଗାଁର ଜଣେ ଯୁବକଙ୍କ ହାତ ଥିବା ପରିବାର ଲୋକେ କହିଛନ୍ତି  । ଏବେ ଅପହରଣ ବେଳର ସିସିଟିଭ ଫୁଟେଜ ମିଳିଛି । ତାକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।

ଅନ୍ୟପକ୍ଷେ ଛାତ୍ରୀଙ୍କ ମା’ କାନ୍ଦି ଅଭିଯୋଗ କରିଛନ୍ତି, ‘ମୋ ଝିଅ  ଆଜକୁ ୧୦ ଦିନ ହେବ ନିଖୋଜ ହୋଇଯାଇଛି। ପୋଲିସ ପାଖକୁ ଦଉଡି ଦଉଡି ଥକି ଗଲୁଣି। କିନ୍ତୁ କିଛି ଆକ୍ସନ ନେଉନି। ତମ ଝିଅକୁ ଆଣିବୁ, ତୁମ ସହ କଥା କରାଇ ଦେବୁ ବୋଲି ପୋଲିସ କହୁଛି। ହେଲେ ସେପରି କିଛି ବି ଆଜିଯାଏ ହୋଇନାହିଁ।’

ଅନ୍ୟପକ୍ଷେ ଝିଅର ମା’ କହିଛନ୍ତି, ‘ଝିଅ ଦୁଇଦିନ ତଳେ ଫୋନ କରିଥିଲା ଏବଂ ଅପହରଣକାରୀମାନେ ତାଙ୍କୁ ମାରଧର କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କହିଛନ୍ତି। ଏପରିକି ନିଜ ଇଚ୍ଛାରେ ଆସିଛି ବୋଲି କହିବାକୁ ତାକୁ ବାଧ୍ୟ କରୁଛନ୍ତି ବୋଲି ସେ କାନ୍ଦି କାନ୍ଦି ଫୋନରେ କହିଥିଲା। ’

ଅନ୍ୟପକ୍ଷେ ଥାନା ଆଇଆଇସି କହିଛନ୍ତି, ପରିବାର ଲୋକେ ଏକ ନିଖୋଜ ରିପୋର୍ଟ ଦେଇଛନ୍ତି। ଆମେ ଘଟଣାର ତଦନ୍ତ କରୁଛୁ। ଝିଅ ସହ ଆମେ କଥା ହୋଇଛୁ। ଆଜି ଆସି ଝିଅ ପହଞ୍ଚିବେ ବୋଲି କହିଛନ୍ତି ଆଇଆଇସି। 

Kidnapping Case Crime In Odisha
Advertisment
Advertisment