• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୋହୂର ଠେଙ୍ଗା ମାଡ଼ରେ ଶ୍ୱଶୁର ମୃତ । ଗଂଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଘଟିଛି ଏଭଳି ଅମାନବୀୟ କାଣ୍ଡ । ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଘଟିଛି ଏହି ଘଟଣା । ବୋହୁର କାଠ ଫଳିଆ ମାଡ଼ରେ ୫୫ ବର୍ଷୀୟ ଶଶୁର ସିମାଞ୍ଚଳ ନାୟକଙ୍କ ମୃତ୍ୟୁ ହୋଇଛି । ପାରିବାରିକ କଲହରୁ ଏହି  ହତ୍ୟାକାଣ୍ଡ ହୋଇଥିବା ଅଲୋଚନା ହେଉଛି l

ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ହତ୍ୟା ଅଭିଯୁକ୍ତ ବୋହୁକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । କାଠ ଫାଳିଆ ଜବତ କରାଯାଇ ତଦନ୍ତ ଚାଲିଛି । ମୃତକଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ଦୁଇ ପୁଅ ସୁରତରେ କାମ କରୁଥିବାବେଳେ ବଡ ପୁଅର ବୋହୁ ଓ ଶ୍ୱଶୂର ଘରେ ରହିଥିଲେ । ଅନେକ ସମୟରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗତକାଲି ରାତିରେ  କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ସୁଲତା, ଏକ କାଠ ଫାଳିଆରେ ସୀମାଞ୍ଚଳଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଘଟଣାସ୍ଥଳରେ ସୀମାଞ୍ଚଳଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।