Advertisment

Defrauding People In Odisha: ରାଜଧାନୀରେ ହାଇପ୍ରୋଫାଇଲ୍ ବଣ୍ଟି-ବବଲି ଯୋଡ଼ି; ଠକେଇ ପାଇଁ ଚଳାଇଥିଲେ ଡ୍ରାମା

ଜବରଦସ୍ତ ଲୁକ୍ସ...ହାଇପ୍ରୋଫାଇଲ୍ ଗେଟଅପ୍...ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ପୋଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି।

undefined

Defrauding People In Odisha

Advertisment

ରାଜଧାନୀରେ ଠକେଇ ପାଇଁ ହାଇପ୍ରୋଫାଇଲ୍ ଯୋଡ଼ିଙ୍କ ହାଇପ୍ରୋଫାଇଲ୍ ଡ୍ରାମା। ନିଜକୁ ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ବାଇଁର ମିଛିମିଛିକା ପରିଚୟ ଦେଇ ଚୁନା ଲଗାଉଥିଲେ ବଡ଼ ବଡ଼ିଆଙ୍କୁ। ଏପରିକି ମୁଖ୍ୟ ଶାସନ ସଚିବଙ୍କ ଫଟୋ ସହ ନିଜ ଫଟୋକୁ ଯୋଡ଼ି ବିଛାଇଥିଲେ ମହାଠକେଇର ଜାଲ। ଯେଉଁ ଜାଲରେ ପଡ଼ିଥିଲେ ଖଣି ବ୍ୟବସାୟୀ ଓ କୋଟିପତି ବିଲଡରଙ୍କ ଭଳି ମାଲଦାର୍ ବ୍ୟକ୍ତି। ଶେଷରେ ଫିଟିଛି ଗୁମର, ଧରାପଡ଼ିଯାଇଛି ଅସଲି ଚେହେରା। ଏବେ ପୋଲିସ ହେପାଜତରେ ଏହି ବଣ୍ଟି-ବବଲି ଯୋଡ଼ି।

Advertisment

ଜବରଦସ୍ତ ଲୁକ୍ସ...ହାଇପ୍ରୋଫାଇଲ୍ ଗେଟଅପ୍...ଚହଟ ଚିକ୍କଣ ଚେହେରାଧାରୀ କେତେ ଲୋକଙ୍କୁ ବାୟା କରିଛନ୍ତି, ତା’ର ହିସାବ ଖୋଜୁଛି ପୋଲିସ। ଯାହାଙ୍କ ନାଁ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି। ରାଜଧାନୀର ଛାତି ଉପରେ ଖେଳୁଥିଲେ ଚୁନା ଲଗାଇବାର ଖେଳ। ହଜାରେ କି ଲକ୍ଷେ ନୁହେଁ, କୋଟି କୋଟି ଟଙ୍କା ଚୁନା ଲଗାଉଥିଲେ ଅତି ଚତୁରତାର ସହ। ନିଜକୁ ପତି-ପତ୍ନୀର ପରିଚୟ ଦେବା ସହ ଚଳାଇଥିଲେ ରାକେଟ୍। ବେଶଭୂଷା ଆଉ ହାବଭାବ ଦେଖି କେହି ବି ସନ୍ଦେହ କରୁନଥିଲେ...ଫସି ଯାଉଥିଲେ ମହାଠକେଇର ମାୟାଜାଲରେ। ଶେଷରେ ଉଭୟଙ୍କୁ ବାନ୍ଧିଛି ଇନଫୋସିଟି ପୋଲିସ। ବିଏନଏସ୍ ଧାରା ୩୧୮ (୪) ଅର୍ଥାତ ଠକେଇ, ୩୧୯(୨) ଜାଲ୍ ପରିଚୟ ଦେଇ ଠକିବା, ୩୧୯(୩) ଜଣଙ୍କ ଘରକୁ ବେଆଇନ ଭାବେ ପଶିବା ଆଦି ଏକାଧିକ ମାମଲାରେ ଛନ୍ଦି ଉଭୟଙ୍କୁ ପୋଲିସ କୋର୍ଟଚାଲାଣ କରିଛି। 

ଅଧିକ ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ, ହଷ୍ଟେଲରୁ ଫୁଡ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ପୋଲିସର କହିବା କଥା, ହଂସିତା ହେଉଛନ୍ତି କନ୍ଧମାଳ ଜିଲ୍ଲାର ଏବଂ ଅନୀଲ ମହାନ୍ତି ଭୁବନେଶ୍ବରର। ଭୁବନେଶ୍ବର ଆସିବା ପରଠୁ ଦୀର୍ଘଦିନ ହେଲା ଅନୀଲଙ୍କ ସହ କୁଆଡ଼େ ହଂସିତା ସ୍ବାମୀ-ସ୍ତ୍ରୀ ଭଳି ରହୁଥିଲେ ରଘୁନାଥପୁରର ଏକ ହାଇପ୍ରୋଫାଇଲ୍ ଆପାର୍ଟମେଣ୍ଟରେ। ଉଦବେଗର ବିଷୟ ହେଉଛି, ପିଏମଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ବାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମିଶନ୍ ମହାଲୁଟ୍। 

Advertisment

କେଉଁଠି ମୁଖ୍ୟ ଶାସନ ସଚିବଙ୍କ ସହ ତ ଆଉ କେଉଁ ପୂର୍ବତନ CAG ଗିରିଶ ମୂର୍ମୁଙ୍କ ସହ ରହିଛନ୍ତି ଫଟୋରେ। କିନ୍ତୁ ଏସବୁ ଫଟୋ ସମ୍ପୂର୍ଣ୍ଣ ଫେକ୍ ବୋଲି କହିଛି ଇନଫୋସିଟି ପୋଲିସ। ଏଭଳି ନକଲି ଫଟୋକୁ ଅସ୍ତ୍ର କରି ଶିଳ୍ପ ନାଁରେ ଜମି ଅଧିଗ୍ରହଣ, ଶିଳ୍ପକୁ କଞ୍ଚା ମାଲ୍ ଯୋଗାଣ ପାଇଁ ଖଣି ମାଲିକଙ୍କୁ ଟେଣ୍ଡର ଦେବା, ବିଲଡରଙ୍କୁ ଜମି, ପ୍ଲଟ୍ ସହ ବିଲଡିଂ ଆପ୍ରୁଭାଲ୍ କରାଇବା ଆଦିର ଲୋଭ ଦେଖାଇ ବିଲଡର୍ ଓ ଖଣି ବ୍ୟବସାୟୀଙ୍କୁ ମୋଟା ଅଙ୍କର ଚୁନା ଲଗାଉଥିଲେ। ଶେଷରେ ଏକାଧିକ ଅଭିଯୋଗ ପରେ ଓ ଦୋଷ ସ୍ବୀକାର କରିବା ପରେ ଉଭୟଙ୍କୁ ଗିରଫ କରିବା ସହ ଏହି ଅଫିସକୁ ଯାଇ ତଦନ୍ତ କରିଛି ପୋଲିସ୍। 

ତେବେ ଏହି ବଣ୍ଟି ବବଲି ଯୋଡ଼ି ହଂସିତା-ଅନୀଲଙ୍କ ଠକେଇ ନେଟୱର୍କ ପଛରେ ଆଉ କାହାର ରହିଛି ହାତ ? କେଉଁମାନେ ଶିକାର ହୋଇଛନ୍ତି ଠକେଇର? ଏବେ ଏଭଳି ନାନା ପ୍ରଶ୍ନକୁ ଧରି ପୋଲିସ ତଦନ୍ତ ଚଳାଇବା ସହ ଠକେଇର ଶିକାର ସମସ୍ତ ବ୍ୟକ୍ତିଙ୍କୁ ଥାନାକୁ ଆସି ଜଣାଇବାକୁ ଅପିଲ୍ କରିଛି। 

Advertisment
Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ