Advertisment

Bhubaneswar Food Vlogger Death: ରାଜଧାନୀରେ ଚାଞ୍ଚଲ୍ୟ, ହଷ୍ଟେଲରୁ ଫୁଡ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନି । ଏକ ଘରୋଇ କମ୍ପାନୀରେ ସଂପୃକ୍ତ ଯୁବତୀ କାମ କରୁଥିଲେ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Odisha Food Vlogger Death In Bhubaneswar's Patia

Odisha Food Vlogger

ଭୁବନେଶ୍ୱରରେ ଫୁଡ୍ ବ୍ଲଗରଙ୍କ ସନ୍ଦେହଜନକ ମୃତ୍ୟୁ। ଲେଡିଜ୍ ହଷ୍ଟେଲରୁ ଫୁଡ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୋନାଲି ସଂଘମିତ୍ରା। ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

Advertisment

ସୂଚନା ଅନୁସାରେ, ସୋନାଲି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ପଟିଆ ଆଦର୍ଶ ବିହାର ଲେନ୍ -୨ରେ ଥିବା ଲେଡିଜ୍ ହଷ୍ଟେଲରେ ରହୁଥିଲେ। ଆଜି ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ୱାର୍ଡେନଙ୍କ କହିବା ମୁତାବକ ସେ ଶନିବାର ରାତିରେ ସୋନାଲିଙ୍କୁ ଦେଖିଥିଲେ। ଗତକାଲି ରବିବାର ଥିଲା। ପିଲା ଡେରିରେ ଉଠନ୍ତି। ଦେହ ଭଲ ନଥିବାରୁ ସେ ହଷ୍ଟେଲ୍‌ରେ ପିଲାଙ୍କୁ ଦେଖିନଥିଲେ। ଆଜି ସକାଳୁ କବାଟ ନଖୋଲିବାରୁ ସନ୍ଦେହ ବଢିଥିଲା। ଏନେଇ ମାଲିକଙ୍କୁ ଜଣାଇବା ପରେ ସେ ଆଜି କବାଟ ଭାଙ୍ଗିଥିଲେ। ଏହାପରେ ମୃତଦେହ ଦେଖିବାକୁ ମିଳିଥିଲା।

ତେବେ ଆତ୍ମହତ୍ୟା ନୁହେଁ ବରଂ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ବାପା। ଝିଅ ସବୁଦିନ କଲ୍ କରେ। ଗତକାଲି କଲ୍ ନକରିବାରୁ ଘର ଲୋକଙ୍କର ସନ୍ଦେହ ବଢିଥିଲା। ପ୍ରାୟ ୫୦ଥର କଲ୍ କରିବା ପରେ ବି ସଏ ରିସିଭ୍ କରିନଥିଲେ। ତେବେ ସବୁ କିଛି ଠିକ୍ ଥିଲା। ଝିଅ ୩ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲା। ବିଭିନ୍ନ ଜାଗାକୁ ଯାଇ ଫଟୋ ଉଠାଇ ପଠାଉଥିଲା। କୌଣସି ପାରିବାରିକ ସମସ୍ୟା ବି ନଥିଲା। ସମସ୍ତଙ୍କ କଥା ସୋନାଲି ବୁଝନ୍ତି ଓ ସେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କ ବାପା କହିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଯାଏ ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନି ।

Advertisment

Odisha News
Advertisment
Advertisment