/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675836658.jpg)
Woman tied, beaten up in public for meeting 'boy' friend in Odisha's Bhubaneswar
ବୟଫ୍ରେଣ୍ଡ୍କୁ ଦେଖା କରିବାକୁ ଆସିଥିଲେ, ହେଲେ ଦେଖା କ’ଣ କରିବେ ଓଲଟା ମାଡ଼ ଖାଇ ଫେରିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଅଟକ ରଖି ତାଙ୍କୁ ବାନ୍ଧିକି ସର୍ବସମ୍ମୁଖରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ ବରଂ ରାଜଧାନୀ ଭୁବନେଶ୍ୱର ରେ ସୋମବାର ସନ୍ଧ୍ୟାରେ ଘଟିଛି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଲେପ୍ରୋସି କଲୋନୀରେ ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ: ସର୍ବସମ୍ମୁଖରେ ଯୁବକଙ୍କୁ ବିଧା ଗୋଇଠା ମାରି ଚାଲିଲେ ଦୁଇ ମହିଳା
ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣକ ନିଜ ବୟଫ୍ରେଣ୍ଡ୍କୁ ଭେଟିବା ପାଇଁ ବାରମ୍ବାର ଉକ୍ତ ବସ୍ତିକୁ ଯାଉଥିଲେ। ଏନେଇ ଯୁବତୀଙ୍କୁ ପୂର୍ବରୁ ଅନେକ ଥର ବାରଣ ମଧ୍ୟ କରାଯାଇଥିଲା। ହେଲେ ସମ୍ପୃକ୍ତ ଯୁବତୀ କାହାକୁ ଖାତିର୍ ନକରି ସୋମବାର ସନ୍ଧ୍ୟାରେ ବୟଫେଣ୍ଡ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ଘରେ ଯୁବକ ଓ ଯୁବତୀଙ୍କୁ ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ଏହାପରେ ବସ୍ତିର କିଛି ମହିଳା ଘର ଭିତରୁ ଯୁବତୀଙ୍କୁ ଘୋଷାଡ଼ି ଆଣି ବାହାରେ ବାନ୍ଧିକି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ପରେ ଘଟଣାସ୍ଥଳରୁ ଯୁବତୀ ଜଣକ ପଳାଇଥିଲେ।
ଖବର ଲେଖାଯିବା ସୁଦ୍ଧା ଏନେଇ ଯୁବତୀ କୌଣସି ଅଭିଯୋଗ କରିନଥିବା ବେଳେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ଘଟଣାସ୍ଥଳକୁ ମଞ୍ଚେଶ୍ୱର ପୋଲିସ ଯାଇ ତଦନ୍ତ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)