Advertisment

Woman Strangled To Death: କିସ୍ ବଦଳରେ ଚାପୁଡ଼ା ମାରିଲେ ମହିଳା; ତଣ୍ଟି ଚିପି ମାରିଦେଲେ ସହକର୍ମୀ

ଏକାଠି ଗୋଟିଏ ଅଫିସରେ କାମ କରୁଥିଲେ। ସହକର୍ମୀଙ୍କୁ କିସ୍‌ କରିବାକୁ ମନା କରିବାରୁ ମହିଳାଙ୍କୁ ତଣ୍ଟି ଚିପି ମାରିଦେଲେ। ଏଭଳି ହତ୍ୟାକାଣ୍ଡ ଘଟିଛି ବ୍ରାଜିଲ୍‌ରେ।

ଅଦ୍ୟତନ ହୋଇଛି
Woman strangled to death in brazil

Woman strangled to death

Advertisment

ଏକାଠି ଗୋଟିଏ ଅଫିସରେ କାମ କରୁଥିଲେ। ସହକର୍ମୀଙ୍କୁ କିସ୍‌ କରିବାକୁ ମନା କରିବାରୁ ମହିଳାଙ୍କୁ ତଣ୍ଟି ଚିପି ମାରିଦେଲେ। ଏଭଳି ହତ୍ୟାକାଣ୍ଡ ଘଟିଛି ବ୍ରାଜିଲ୍‌ରେ। ମହିଳାଜଣଙ୍କ ୮ଦିନ ପୂର୍ବରୁ ବିବାହ କରିଥିଲେ। ତେବେ ତାଙ୍କର ୪ଜଣ ସନ୍ତାନ ଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ସହକର୍ମୀଙ୍କୁ ପୋଲିସ ଗିରଫ କରିଛି।

Advertisment

ସୂଚନା ଅନୁସାରେ, ମୃତ ମହିଳା ହେଲେ ସିଣ୍ଟିଆ ରିବିରୋ ବାରବୋସା। ତାଙ୍କ ସହକର୍ମୀ ମାର୍ସେଲୋ ଜୁନିଅର ବସ୍ତୋସ ସାଣ୍ଟୋସ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ । ତେବେ ସିଣ୍ଟିଆ ମନା କରିଦେଇଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମାର୍ସେଲୋ ତାଙ୍କୁ ହତ୍ୟା କରିବା ପାଇଁ ସ୍ଥିର କରିଥିଲେ। ପ୍ରଥମେ ସେ ତାଙ୍କ ତଣ୍ଟିକୁ ଚିପି ଦେଇଥିଲେ। ଏଥିରେ ସିଣ୍ଟିଆଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ସିଣ୍ଟିଆଙ୍କ ହାତ ବାନ୍ଧିବା ପାଇଁ ଡାଏପର ଟେପ ମଧ୍ୟ ବ୍ୟବହାର କରିଥିଲେ । ମୃତ୍ୟୁ ପରେ ତାଙ୍କ ଶରୀରକୁ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେଇଥିଲେ।

ଅଧିକ ପଢ଼ନ୍ତୁ: ଛୁଆ କାହାର ? କେଉଁଠୁ ଆସିଲା ? ତଦନ୍ତ କରୁଛି ପୋଲିସ

ସିଣ୍ଟିଆ ନମିଳିବାରୁ ତାଙ୍କ ସ୍ୱାମୀ ନାଥାନେଲ ଡା ସିଲଭା ଅନେକ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାର ଗୋଟିଏ ଦିନ ପରେ ସିଣ୍ଟିଆଙ୍କ ମୃତଦେହ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା। ବସ୍ତୋସ ସାଣ୍ଟୋସଙ୍କ ଉପରେ ପୋଲିସ ପ୍ରଥମେ ସନ୍ଦେହ କରିଥିଲା ​​। କାରଣ ହତ୍ୟା ଦିନ ସେ ପଡୋଶୀଙ୍କଠାରୁ ଏକ ବେଲଚା ମାଗିଥିଲେ। ଏହାପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ସିଟିସିଭି ଫୁଟେଜରୁ ତାଙ୍କୁ ଚିହ୍ନଟ କରିଥିଲା।

Advertisment

ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ସେ ପୋଲିସ ଆଗରେ ସବୁ କଥା କହିଥିଲେ। କିସ୍‌ କରିବାକୁ ମନା କରିବାରୁ ସେ ଏହି କାଣ୍ଡ ଭିଆଇଥିବା ପୋଲିସ ଆଗରେ ମାନିଥିଲେ। ଏନେଇ ଅଭିଯୁକ୍ତଙ୍କ ଓକିଲ କୌଣସି ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରିଦେଇଥିଲେ। ଏନେଇ ମହିଳାଙ୍କ ସ୍ୱାମୀ ନାଥାନେଲ ଡା ସିଲଭା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୂର୍ବରୁ ସେମାନେ ଡେଟ୍‌ରେ ଥିଲେ। ସେମାନେ ୮ଦିନ ପୂର୍ବରୁ ବିବାହ କରିଥିଲେ। ତା’ପରେ ସିଣ୍ଟିଆ ତାଙ୍କ ଘରେ ରହିବାକୁ ଆସିଥିଲେ। ନିକଟରେ ବିବାହ କରିବାକୁ ସ୍ଥିର କରିଥିଲେ, କାରଣ ତାଙ୍କ ଧର୍ମରେ ଲିଭଇନ୍‌କୁ ସ୍ୱୀକୃତି ମିଳିନି।

ସିଣ୍ଟିଆ ପୂର୍ବରୁ ବିବାହ କରିଥିଲେ ଓ ତାଙ୍କର ୪ଟି ସନ୍ତାନ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ସାବାଳକ ହୋଇଥିବା ବେଳେ ଅନ୍ୟ ୨ଜଣ ନାବାଳକ। ପିଲାଙ୍କୁ ତାଙ୍କ ସ୍ୱାମୀ ନିଜର ପିଲା ବୋଲି ଭାବୁଥିଲେ ବୋଲି କହିଛନ୍ତି। ତେବେ ସେ ମୋ ଜୀବନର ଅଂଶ ଥିଲେ। ତାଙ୍କ ସହ ଅନେକ ସ୍ମୃତି ଯୋଡି ହୋଇରହିଥିବା ସ୍ୱାମୀ ପ୍ରକାଶ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: Love Jihad Case: କ'ଣ ଥିଲା ଅଭିଯୁକ୍ତ ସମୀର ମନସୁରର ରେକର୍ଡ, ଆତଙ୍କୀ ନୁହେଁ ତ!

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ