Advertisment

Woman Poisoned during Engagement: ମୋତେ ବାହାହେଲୁନି, ତୋ ପ୍ରେମିକାକୁ ବିଷ ପିଆଇଦେଲି...

ପିକେଙ୍କ ମୋଡ୍‌ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ।

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

ଅଜବ ଏ ପ୍ରେମ। ପ୍ରେମ ପାଇଁ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ିଦେଲେ ମହିଳା। ଆଉ ୪୫ ବର୍ଷ ବୟସରେ ସିଏ ଜଣେ ୨୭ ବର୍ଷର ଯୁବକଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ପରବର୍ତ୍ତୀ ସମୟରେ ପ୍ରେମିକ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ମହିଳା ଜଣକ ପ୍ରତିଶୋଧ ପରାୟଣା ହୋଇ ନିର୍ବନ୍ଧ ଚାଲିଥିବା ବେଳେ ପ୍ରେମିକଙ୍କ ପ୍ରେମିକାଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଛି।

Advertisment

ପଟ୍ଟାମୁଣ୍ଡାଇ ଅଞ୍ଚଳର ବିବି(ଛଦ୍ମନାମ) ହେଉଛନ୍ତି ଜଣେ ବିବାହିତା ମହିଳା। ତାଙ୍କର ବୟସ ପ୍ରାୟ ୪୫ ବର୍ଷ ହେବ। ସିଏ ୪ ପିଲାର ମାଆ। ହେଲେ ସିଏ ୨୭ ବର୍ଷର ଯୁବକ ପିକେ(ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିଥିଲେ। ପ୍ରେମରେ ପଡ଼ିବା ପରେ ବିବିଙ୍କ ଘରକୁ ନିୟମିତ ପିକେ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି। ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଯେଉଁଥିପାଇଁ ବିବି ତାଙ୍କ ସ୍ୱାମୀ ଓ ପିଲାଙ୍କଠାରୁ ଦୂରେଇ ଯାଇଥିଲେ।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା

Advertisment

ତେବେ ହଠାତ୍‌ କ’ଣ ହେଲା ପିକେଙ୍କ ମୋଡ୍‌ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ। ସେଥିପାଇଁ ରୀମାଙ୍କ ଘର ଉତ୍ସବ ମୁଖର ହୋଇଥିଲା। ଧୂମ୍‌ଧାମରେ ନିର୍ବନ୍ଧ ଚାଲିଥିଲା। ଉତ୍ସବର ମାହୋଲ୍‌ ଭିତରେ ଏକ ଥଣ୍ଡା ବୋତଲରେ ବିଷ ମିଶାଇ ରୀମାଙ୍କ ଘରେ ପଞ୍ଚିଥିଲେ ବିବି।

ଅଉ ସିଏ ସିଧା ରୀମାଙ୍କ ପାଖକୁ ଯାଇଥିଲେ। ଭିଡ ଭିତରେ ପାଖରେ ରଖିଥିବା ବିଷ ମିଶା ଥଣ୍ଡା ପାନୀୟ ତାଙ୍କୁ ପିଇବାକୁ ଦେଇଥିଲେ। ଥଣ୍ଡା ପାନୀୟ ପିଇବା ପରେ ଚେତା ହରାଇ ପଡ଼ି ଯାଇଥିଲେ ରୀମା। ପରିବାର ଲୋକ ଓ ବନ୍ଧୁବାନ୍ଧବ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି।

Advertisment

ଅଧିକ ପଢ଼ନ୍ତୁ: ସୁଭଦ୍ରା ଯୋଜନାର ଆସିବ ୩ଟି ନୂଆ ରୂପ, ମହିଳାଙ୍କ ପାଇଁ ତିନିଗୁଣା ଖୁସି..

ଗାଁ ଲୋକେ ଅଭିଯୁକ୍ତ ମହିଳାଙ୍କୁ ଭିଡ ଭିତରୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ। ଯିଏ ଯେମିତି ପାରିଲା, ତାଙ୍କୁ ନିର୍ଧୁମ ପିଟିଥିଲା। ପଟ୍ଟାମୁଣ୍ଡାଇ ଥାନା ପୋଲିସ୍‌ ଗାଁରେ ପହଞ୍ଚି ଭିଡ ଭିତରୁ ମହିଳାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଏବେ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି। ପ୍ରତିଶୋଧ ପରାୟଣା ହୋଇ ଥଣ୍ଡା ପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିବା ମହିଳା ଜଣକ କହିଥିବା ଜଣାପଡ଼ିଛି। ତେବେ ଏନେଇ ପ୍ରେମିକଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ପଟ୍ଟାମୁଣ୍ଡାଇରୁ ପ୍ରବୀର କୁମାର ନାୟକ

Kendrapara Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ