• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖୋଲିବାରେ ଲାଗିଛି ସ୍ୱାମୀକୁ ସ୍ତ୍ରୀ ହତ୍ୟା ମାମଲାର ରହସ୍ୟ । କେମିତି ହତ୍ୟା କରିଥିଲା ସେ ସମ୍ପର୍କରେ ସୂଚନା ମିଳିଛି । ନୟାଗଡ଼ ଓଡଗାଁ କୋମଣ୍ଡ ଗାଁର ପ୍ରକାଶ ନାୟକଙ୍କୁ ସ୍ତ୍ରୀ ହେମଦସ୍ତାରେ ଛେଚି ମାରିଥିଲା । ଏନେଇ ଓଟିଭିକୁ ସୂଚନା ଦେଇଛନ୍ତି ଶରଣକୂଳ ଏସଡିପିଓ ସୁଧାକର ସାହୁ । ପ୍ରକାଶ ଶୋଇଥିବା ବେଳେ ସ୍ତ୍ରୀ ଜ୍ୟୋତ୍ସ୍ନା ଏକ ହେମଦସ୍ତାରେ ସ୍ୱାମୀର ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲେ ।

ପରେ ଘର ଭିତରେ ଗାତ ଖୋଳି ସେଥିରେ ମୃତଦେହକୁ ପୋତି ଦେଇଥିଲା । ଘରେ ପଡ଼ିଥିବା ରକ୍ତକୁ କନାରେ ପୋଛି ସଫା କରିଥିଲେ ଜ୍ୟୋତ୍ସ୍ନା । ପ୍ରମାଣ ନଷ୍ଟ ପାଇଁ ରକ୍ତ ଭିଜା କପଡ଼ାକୁ ଘର ପଛ ପଟେ ପୋଡ଼ି ଦେଇଥିଲେ । ମାମଲାରେ ଅଭିଯୁକ୍ତଙ୍କ ମାଆ ଅର୍ଥାତ ପ୍ରକାଶଙ୍କ ଶାଶୁ ସହାୟତା କରିଥିଲେ ।

ଉଭୟଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ କିଏ ସାମିଲ ସେ ନେଇ ଏବେ ତଦନ୍ତ କରାଯାଉଛି । ହତ୍ୟାରେ ବ୍ୟବହୃତ ଶାବଳ, ହେମଦସ୍ତା ଓ ଅନ୍ୟ ମାରଣାସ୍ତ୍ରକୁ ଜବତ କରି ଏବେ ତଦନ୍ତ କରୁଛି ପୋଲିସ୍ । ନୟାଗଡ଼ ଓଡଗାଁ କୋମଣ୍ଡ ଗାଁର ପ୍ରକାଶ ନାୟକ ପ୍ରାୟ ୨୦ ଦିନ ହେଲା ନିଖୋଜ ଥିଲେ । ଏନେଇ ପ୍ରକାଶଙ୍କ ବାପାଙ୍କୁ ସନ୍ଦେହ ହେବାରୁ ଓଡଗାଁ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ।

ହେଲେ ଥାନାରେ ଆଧାର କାର୍ଡ ଦରକାର ଥିଲା ଓ ତାହା ସେ ଆଣିନଥିବାରୁ ପୁଣିଥରେ ଘରକୁ ଫେରିଥିଲେ । ପ୍ରକାଶ ଶ୍ୱଶୂର ଘରେ ରହୁଥିଲେ, ତେଣୁ ତାଙ୍କ ବାପା ସେଠାକୁ ଯାଇଥିଲେ । ଆଧାରକାର୍ଡ ଆଣିଲା ବେଳେ ଘର ଭିତର ଚଟାଣର ମାଟି କିଛିଟା ଉପରକୁ ଉଠିଥିଲା । ଏନେଇ ତାଙ୍କୁ ସନ୍ଦେହ ହେବା ପରେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ୍ ଘରେ ପହଞ୍ଚି ମାଟି ଖୋଳିଲା ବେଳେ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।