• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାଶୁ ନେଲା ଜ୍ୱାଇଁର ଜୀବନ ! ଯେଉଁ ମାଆ ଦିନେ ୧୦ ମାସ ୧୦ ଦିନ ଗର୍ଭ ଯନ୍ତ୍ରଣା ସହି ଝିଅକୁ ଜନ୍ମ ଦେଇଥିଲା, ସେହି ମାଆ (୫୮) ଆଜି ପୋଛିଦେଲା ଝିଅ ମଥାରୁ ସିନ୍ଦୁର । ବୋଲଡର ମାରି ଜ୍ୱାଇଁକୁ କଲା ହତ୍ୟା । ତେବେ ଏତିକି କଥା ଜାଣିବା ପରେ ଆପଣ ଭାବୁଥିବେ, ଇଏ କେମିତିକା ମାଆ । ମାଆ ନା ରାକ୍ଷସି । ତେବେ କଥାଟା ସେତିକିରେ ସରିନି । ଝିଅର ସିନ୍ଦୁର ଲିଭାଇବା ପାଇଁ ମାଆ ଏଠି ବାଧ୍ୟ ହୋଇଛି । ପରିସ୍ଥିତି ଏମିତି ଥିଲା ଯେ, ସବୁ ଭଲ ପାଇବା ସବୁ ବିଶ୍ୱାସକୁ ଜଳାଞ୍ଜଳି ଦେଇ ମାଆ ତାର ଝିଅ ମଥାରୁ ସିନ୍ଦୁର ପୋଛିବାକୁ ବାଧ୍ୟ ହୋଇଛି । ଗତ ସପ୍ତାହରେ ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ ବାଜାରଗାଁରେ ଏହି ଘଟଣାଟି ଘଟିଛି । 

ତେବେ ପୁରା କାହାଣୀଟି ହେଲା, ଏହି ଜ୍ୱାଇଁ ନିଇତି ମଦ ପିଇ ଘରକୁ ଫେରୁଥିଲା । ଆଉ ସ୍ତ୍ରୀ ସହ କରୁଥିଲା ଦୁର୍ବ୍ୟବହାର । ଯେତେ ବୁଝାଇଲେ ବି ବୁଝୁନଥିଲା । ଦିନକୁ ଦିନ ସ୍ତ୍ରୀ ପ୍ରତି ସ୍ୱାମୀର ଅତ୍ୟାଚାର ବଢ଼ିଚାଲିଥିଲା । ଯେଉଁଥିରେ ଅତିଷ୍ଠ ହୋଇପଡ଼ିଥିଲେ ଝିଅର ମାଆ । ଆଉ ଶେଷରେ ଝିଅକୁ ଏହି ଦାଉରୁ ରକ୍ଷା କରିବା ପାଇଁ ଜ୍ୱାଇଁକୁ ଜୀବନରୁ ମାରିଦେଲା ଶାଶୁ । ଏହି ହତ୍ୟାକାଣ୍ଡକୁ ଶାଶୁ ସ୍ୱୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ: ଯିଏ ଇଜ୍ଜତ୍‌ ଲୁଟିଥିଲା, ତା’ ପ୍ରେମରେ ପଡ଼ି ମା’ର ଜୀବନ ନେଇଗଲା ଝିଅ

ଏତିକିରୁ ଆପଣ ଜାଣିପାରୁଥିବେ ଜ୍ୱାଇଁଟି କୁଳାଙ୍ଗାର । ସେ ପ୍ରତ୍ୟେକ ଦିନ ଗାଁ ଲୋକଙ୍କଠାରୁ ଟଙ୍କା ଧାର କରଜ କରି ମଦ ପିଇଥାଏ ଆଉ ନିଶା ହେଲା ପରେ ସ୍ତ୍ରୀକୁ ମାରପିଟ୍ କରିଥାଏ । ଏମିତିକି ଶାଶୁକୁ ବି ଦୁର୍ବ୍ୟବହାର କରିଥାଏ । ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଗତ ଡିସେମ୍ବର ୨୭ରେ ସେ ଉଭୟଙ୍କୁ ମାରପିଟ୍ ମଧ୍ୟ କରିଥିଲା । ଆଉ ସେହିଦିନ ହିଁ ଶାଶୁ ମାଆ ଏକ ବୋଲ୍ଡର ସାହାଯ୍ୟରେ ଜ୍ୱାଇଁକୁ ଆକ୍ରମଣ କରିଥିଲା । ଗାଁଠାରୁ ଟିକେ ଦୂରରେ ଏକ ନିର୍ଜନ ସ୍ଥାନରେ ଜ୍ୱାଇଁ ଯାଉଥିବା ବେଳେ ଶାଶୁ ସେଠାରେ ବୋଲଡର ମାରିଥିଲା । ଏହାର ପରିଣାମ ସ୍ୱରୂପ ମଦ୍ୟପ ଜ୍ୱାଇଁ ତଳେପଡ଼ି ରକ୍ତାକ୍ତ ହୋଇଥିଲା ।  ଆଉ ସେହିଠାରେ ହିଁ ତାର ଜୀବନ ଚାଲିଯାଇଥିଲା ।

୨୮ ଡିସେମ୍ବରରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଳା । ଏନେଇ ଏକ ମାମଲା ରୁଜୁ ମଧ୍ୟ କରିଥିଲା । ପରେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ । ଏବେ ପୁରା ଘଟଣାର ତଦନ୍ତ କରୁଛି ପୋଲିସ ।