• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇଜ୍ଜତ୍‌ ନେଇଥିବା ପ୍ରେମିକର ପ୍ରେମରେ ପଡ଼ି ହତ୍ୟାକାରୀ ସାଜିଲା ନାବାଳିକା । ସମାଜରେ ବଦନାମ କରିଥିବା ଯୁବକ ପାଇଁ ପର ହୋଇଗଲା ମା’ । ମଧ୍ୟପ୍ରଦେଶର ଗ୍ୱାଲିଅର୍ ସହରରେ ହତ୍ୟାକାଣ୍ଡର ଏପରି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ପ୍ରେମିକ ସହିତ ମିଶି ମାର ତଣ୍ଟି ଚିପି ହତ୍ୟା କରିଛି । ତେବେ ମା’କୁ ମାରିବା ପରେ ବି ନାବାଳିକାର ବର୍ବରତା କମିନି । ମୃତଦେହକୁ ବାରମ୍ବାର ଛୁରୀରେ ଆଘାତ କରିଥିବା ସୂଚନା ମିଳିଛି ।

ଭିଣ୍ଡ ସହରର ମୃତକ ମହିଳା ନିଜର ୧୭ ବର୍ଷିୟ ଝିଅ ସହିତ ହାଜିରା ଥାନା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ହେଲେ କିଛି ଦିନ ପୂର୍ବରୁ ସୋନୁ ନାମକ ଜଣେ ଯୁବକ ଝିଅକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଆଉ ଏହି ଘଟଣାକୁ ନେଇ ମୃତକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ଦୁଷ୍କର୍ମ ମାମାଲାରେ ପୋଲିସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାବାଳିକାକୁ ଉଦ୍ଧାର କରି ସୋନୁଙ୍କ ବିରୋଧରେ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ଏଥିପାଇଁ ଜେଲ୍‌ ଯାଇଥିଲା ଅଭିଯୁକ୍ତ ସୋନୁ ।

ଅଧିକ ପଢ଼ନ୍ତୁ: ନବବଧୂକୁ କରେଣ୍ଟ ଲଗାଇ ହତ୍ୟା ପରେ ଫ୍ୟାନ୍‌ରେ ଝୁଲାଇଦେଲେ !

ତେବେ ଗତ ମାସରେ ସୋନୁ ଜେଲରୁ ବାହାରିବା ପରେ ପୀଡ଼ିତା ସହ ମିଳାମିଶା ଆରମ୍ଭ କରିଥିଲା । ହେଲେ ନାବାଳିକାଙ୍କ ମା’ଙ୍କୁ ଏସବୁ ପସନ୍ଦ ନଥିଲା । ଝିଅକୁ ଅନେକ ଥର ବୁଝାଇଥିଲେ ମଧ୍ୟ ସେ ବୁଝିନଥିଲା । ପ୍ରେମିକ ପାଇଁ ମାନମହତ ଭୁଲିଯିବା ସହ ମା’ଙ୍କୁ ବି ନିଜ ପଥରେ କଣ୍ଟା ଭାବିଲା ।

ଶେଷରେ ଗତ ଶୁକ୍ରବାର ରାତିରେ ପ୍ରେମିକ ସହ ସେ ନିଜ ମା’ଙ୍କୁ ମାରିବା ପରେ ରାତରାତି ଶବକୁ ଲୁଚାଇବାକୁ ଚେଷ୍ଟା କରିଥିଲା । ହତ୍ୟା କରିବା ପରେ ମା’ର ମୃତଦେହକୁ ଅନେକ ଥର ଛୁରୀରେ ଆଘାତ କରାଯାଇଥିଲା । ତେବେ ସନ୍ଦେହ ହେବାରୁ ଘର ମାଲିକ ପୋଲିସ୍‌କୁ ସୂଚନା ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖଟିଆ ତଳେ ଲୁଚାଇ ରଖିଥିବା ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ଝିଅ ଏବେ ନିଜ ଅପରାଧ ସ୍ୱୀକାର କରିଛି ଏବଂ ଏହି ଘଟଣାରେ ତାଙ୍କ ପ୍ରେମିକର ସମ୍ପୃକ୍ତି ବିଷୟରେ ମଧ୍ୟ କହିଛି । ଏହା ପରେ ପୋଲିସ ଉଭୟଙ୍କୁ ଗିରଫ କରି ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now