• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପ୍ରେମ ପାଇଁ ସ୍ତ୍ରୀର ନାରକୀୟ କାଣ୍ଡ। ପ୍ରେମିକ ସହ ମିଶି ସ୍ବାମୀକୁ କରିଥିଲା ହତ୍ୟା । ସ୍ବାମୀ ଛାତିକୁ ୨୫ ଥର ଏବଂ ପିଠିକୁ ୨୭ ଥର ସ୍କୃ ଡ୍ରାଇଭରରେ ଭୁଶାଯାଇଥିଲା । ଗଜପତି ତୋଟାଗୁମୁଡା ଯାତ୍ରୀ ବିଶ୍ରାମାଗାର ନିକଟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୋଲିସ । ମାମଲାରେ ଅଭିଯୁକ୍ତ ସ୍ତ୍ରୀ ମରାଠୀ ଜୟଲକ୍ଷ୍ମୀ ଓ ପ୍ରେମିକ ଏନ.ଉପେନ୍ଦ୍ରଙ୍କୁ ଗିରଫ କରାଯାଇଛି । 

 ସୂଚନା ଅନୁଯାୟୀ ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଗତ ୨୯ ତାରିଖରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକ ଏମ.ଲିଙ୍ଗରାଜ ବୋଲି ଜଣାପଡ଼ିଥିଲା । ମାମଲାର ଛାନଭିନ୍ କରି ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି । ବାହାଘର ପରଠାରୁ ହିଁ ଲିଙ୍ଗାରାଜଙ୍କୁ ରାସ୍ତାରୁ ହଟାଇବା ପାଇଁ ଜୟଲକ୍ଷ୍ମୀ ଓ ତାଙ୍କ ପ୍ରେମିକ ଉପେନ୍ଦ୍ର ଷଡଯନ୍ତ୍ର କରୁଥିଲେ । ପୁରୁଣା ପ୍ରେମ ପାଇଁ ବିବାହର ୪ ମାସ ପରେ ପ୍ରେମିକ ସହ ମିଶି ସ୍ତ୍ରୀ ଏହି ହତ୍ୟାକାଣ୍ଡ ରଚିଥିବା ଏସପି ସୂଚନା ଦେଇଛନ୍ତି ।

ସେହିପରି ବାହା ହେବାକୁ ମନାକଲା ପ୍ରେମିକା । ରାଗରେ ଛୁରି ଭୁସି ହତ୍ୟାକଲା ପ୍ରେମିକ। ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଜଣେ ୩୨ବର୍ଷୀୟ ବ୍ୟକ୍ତି ତାଙ୍କ ପ୍ରେମିକାକୁ ୧୫ଥର ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ସେ ପୋଲିସ ଷ୍ଟେସନକୁ ଯାଇ ଅପରାଧ ସ୍ୱୀକାର କରିଥିବା ଜଣାପଡିଛି। ବେଙ୍ଗାଲୁରୁର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଗିରିଶ ଏନଏଲ ଓରଫ ରେହାନ ଅହମ୍ମଦକୁ ଗିରଫ କରାଯାଇଛି। ମୃତ ମହିଳା ହେଲେ ଜୟନଗର ଭି ବ୍ଲକର ୪୨ବର୍ଷୀୟ ଫରିହା ଖାତୁନ। ଫରିହା ବିବାହିତା ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଉଭୟ ଝିଅଙ୍କର ବୟସ ୨୧ ଓ ୧୬ବର୍ଷ ।