Advertisment

Woman Beaten With Hot Iron Rods: ହାତ ଗୋଡ଼ ବାନ୍ଧି ତତଲା ରଡ୍‌ରେ ପିଟିଲେ, ପରିସ୍ରା ପିଆଇଲେ, ଶେଷରେ ଚପଲ ମାଳ ପିନ୍ଧାଇ ବୁଲାଇଲେ...

ମରିଗଲା ମଣିଷ ପଣିଆ । ୭୭ ବର୍ଷୀୟା ମହିଳାଙ୍କୁ ମାଡ଼ ମାରିଲେ ।  ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଗରମ ଲୁହା ରଡ୍‌ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Woman Beaten With Hot Iron Rods

Woman Beaten With Hot Iron Rods

Advertisment

ଭୟଙ୍କର ଘଟଣା...ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ...ଛାତି ଥରି ଉଠିବ...ଏତେ ନୃସଂଶ କେମିତି ହୋଇ ପାରେ ମଣିଷ। ମରିଗଲା ମଣିଷ ପଣିଆ । ୭୭ ବର୍ଷୀୟା ମହିଳାଙ୍କୁ ମାଡ଼ ମାରିଲେ ।  ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଗରମ ଲୁହା ରଡ୍‌ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଏମିତି ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ଏମିତି ଘଟିଛି ବୋଲି କୁହାଯାଉଛି। 

Advertisment

ଯଦିଓ ଘଟଣାଟି ଡିସେମ୍ବର ୩୦ ତାରିଖରେ ଘଟିଥିଲା, କିନ୍ତୁ ଏହି ମାସର ଆରମ୍ଭରେ ହିଁ ଏକ ପୋଲିସ ଅଭିଯୋଗ ଦାଖଲ କରାଯାଇଥିଲା। ଏକ ଜାତୀୟ ଖବର ସଂସ୍ଥା ରିପୋର୍ଟରେ କୁହାଯାଇଛି। ଏହା ସହିତ, ପୀଡିତାଙ୍କ ପୁଅ ଓ ବୋହୂ ଶୁକ୍ରବାର ବରିଷ୍ଠ ଅଧିକାରୀଙ୍କ ପାଖକୁ ଯାଇ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ବୃଦ୍ଧା ମହିଳା ଜଣକ ଚିଖଲଦରା ତାଲୁକାର ରେତ୍ୟଖେଡା ଗାଁର ବାସିନ୍ଦା।

ଅଧିକ ପଢନ୍ତୁ: ଫେଲ ମାରିଲା ଷ୍ଟାରସିପ ପରୀକ୍ଷଣ: ମଝି ଆକାଶରେ ବିସ୍ଫୋରଣ

ପୀଡିତାଙ୍କ ପୁଅ ଓ ବୋହୂ ଜିଲ୍ଲା କଲେକ୍ଟର ଏବଂ ପୋଲିସ ଅଧୀକ୍ଷକଙ୍କ ନିକଟରେ ଏକ ଅଭିଯୋଗ ମଧ୍ୟ ଲେଖିଥିଲେ। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଡିସେମ୍ବର ୩୦ ତାରିଖରେ ସେ ଘରେ ଏକା ଥିଲେ ଯେତେବେଳେ ତାଙ୍କ ପଡ଼ୋଶୀମାନେ ତାଙ୍କୁ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଏମିତି ମାଡ଼ ମାରିବା ସହ ନିର୍ଯାତନା ଦେଇଥିଲେ।

Advertisment

ଘଟଣା କିପରି ଥିଲା ?

ପ୍ରଥମେ ତାଙ୍କୁ ଧରିବା ପରେ, ଗାଁ ଲୋକେ ୭୭ ବର୍ଷୀୟା ବୃଦ୍ଧାଙ୍କୁ କାଠରେ ପିଟିଥିଲେ ଏବଂ ଚାପୁଡ଼ା ମାରିଥିଲେ। ମହିଳା ଜଣଙ୍କ ଆହୁରି ଅଭିଯୋଗ କରିଛନ୍ତି ଯେ ସେମାନେ ହାତ ଏବଂ ଗୋଡ଼କୁ ଗରମ ଲୁହା ରଡ୍‌ରେ ଚେଙ୍କ ମଧ୍ୟ ଦେଇଥିଲେ। ଆହୁରି ଲେଖାଯାଇଛି ଯେ ମାଡ଼ ମାରିବା ସହିତ, ମହିଳାଙ୍କୁ ପରିସ୍ରା ପିଇବା ଏବଂ କୁକୁରର ମଳ ଖାଇବାକୁ ମଧ୍ୟ ବାଧ୍ୟ କରାଯାଇଥିଲା। ଏହା ପରେ, ଗାଁ ଲୋକମାନେ ତାଙ୍କ ବେକରେ ଚପଲ ମାଳ ପିନ୍ଧାଇ ତାଙ୍କୁ ଗାଁ ଦାଣ୍ତରେ ବୁଲାଇଥିଲେ। 

ପୀଡିତାଙ୍କ ମହିଳାଙ୍କ ପୁଅ ଓ ବୋହୂ ଉଭୟ କାମ ପାଇଁ ବାହାରକୁ ଯାଇଥିଲେ ଏବଂ ଜାନୁଆରୀ ୫ ତାରିଖରେ ଘଟଣା ବିଷୟରେ ଜାଣିବା ପରେ ସେମାନେ ପୋଲିସରେ ଅଭିଯୋଗ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ରହସ୍ୟ, ସିବିଆଇ ତଦନ୍ତ ଦାବି ପରେ ପୁଣି ରାଜନୈତିକ ଉଷ୍ଣତା

Woman Black Magic Woman Beaten
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ