Advertisment

Murder: ନବମ ଶ୍ରେଣୀରେ ପଢୁଥିବା ଝିଅ ସହ ମିଶି ବ୍ୟବସାୟୀ ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ, କଟା କାନ ଖୋଲିଦେଲା ରହସ୍ୟ

ନିଜ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ନବମରେ ପଢୁଥିବା ଝିଅ ବି ହତ୍ୟାକାଣ୍ଡରେ ସାହାଯ୍ୟ କଲା । ଘଟଣାକୁ ଚାପି ଦେବାକୁ ମାଆ ଓ ଝିଅ ମୃତ୍ୟୁ ପଛରେ ଡକାୟତି ସମୟରେ ଷ୍ଟ୍ରୋକକୁ କାରଣ ଦର୍ଶାଇଥିଲେ। କିନ୍ତୁ ମୃତ ବ୍ୟବସାୟୀଙ୍କ କଟା କାନ ଦେଖି ତାଙ୍କ ଭାଇଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଥିଲା ।

author-image
Tapan Kumar Swain
ଅଦ୍ୟତନ ହୋଇଛି
murder

murder

ସ୍ୱାମୀ-ସ୍ତ୍ରୀର ସମ୍ପର୍କ ହେଉଛି ପ୍ରେମ ଓ ବିଶ୍ୱାସର। କିନ୍ତୁ କଳିଯୁଗରେ ଏହି ପବିତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଅନେକ ଘଟଣା ସାମ୍ନାକୁ ଆସିଛି। ଏବେ ଏପରି ଏକ ଖବର ଆସାମର ଦିବ୍ରୁଗଡ଼ରୁ ଆସିଛି। ଜଣେ ବ୍ୟବସାୟୀଙ୍କୁ ତାଙ୍କ ସ୍ତ୍ରୀ ଓ ନବମ ଶ୍ରେଣୀରେ ପଢୁଥିବା ଝିଅ ମିଶି ହତ୍ୟା କରିଥିଲେ। ମା’ ଓ ଝିଅ ପ୍ରଥମେ ବ୍ୟବସାୟୀଙ୍କ ହତ୍ୟା ପଛରେ ହୃଦ୍‌ରୋଗକୁ କାରଣ ବୋଲି ଦର୍ଶାଇଥିଲେ। କିନ୍ତୁ ବ୍ୟବସାୟୀଙ୍କ କଟା କାନ ଦେଖି ତାଙ୍କ ଭାଇଙ୍କ ମନରେ ସନ୍ଦେହ ହେବା ପରେ ରହସ୍ୟ ଉନ୍ମୋଚିତ ହେଲା। ଏହା ହେଉଛି ଦିବ୍ରୁଗଡ଼ର ବ୍ୟବସାୟୀ ଉତ୍ତମ ଗୋଗୋଇ ଓରଫ ସାଙ୍କାଇଙ୍କ ହତ୍ୟା କାହାଣୀ। ଗତ ରବିବାର ଦିନ ଦିବ୍ରୁଗଡ଼ ପୋଲିସ ବୋରବରୁଆ ଅଞ୍ଚଳରେ ହୋଇଥିବା ଉତ୍ତମ ଗୋଗୋଇଙ୍କ ହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ବବି ଗୋଗୋଇ, ଝିଅ ଏବଂ ଅନ୍ୟ ଦୁଇ ଯୁବକଙ୍କୁ ଗିରଫ କରିଛି।ଉତ୍ତମ ଗୋଗୋଇଙ୍କ ହତ୍ୟାକୁ ତାଙ୍କ ସ୍ତ୍ରୀ ଓ ଝିଅ ଡକାୟତିର ରୂପ ଦେବାକୁ ଚେଷ୍ଟା କରିଥିଲେ। ବ୍ୟବସାୟୀଙ୍କ ଘରୁ ସୁନାର ଅଳଙ୍କାର ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ଲୁଟ ହୋଇଥିଲା ବୋଲି କୁହାଯାଇଥିଲା । ଏହି ସାମଗ୍ରୀକୁ ପୋଲିସ ଉଦ୍ଧାର କରିଛି।

Advertisment

ନବମ ଶ୍ରେଣୀରେ ପଢୁଥିବା ଝିଅ ସହ ଜଣେ ଅଭିଯୁକ୍ତର ଘନିଷ୍ଠତା ରହିଛି ।
ଏହି ହତ୍ୟା ମାମଲାରେ ବ୍ୟବସାୟୀଙ୍କ ସ୍ତ୍ରୀ, ଝିଅ ଏବଂ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଜୁଲାଇ ୨୫ରେ ବ୍ୟବସାୟୀଙ୍କ ଶବ ତାଙ୍କ ଘରୁ ମିଳିଥିଲା । ଉତ୍ତମ ଗୋଗୋଇଙ୍କ ଭାଇ ଅଭିଯୋଗ କରିଥିଲେ ଯେ ମୃତକଙ୍କ ସ୍ତ୍ରୀ ଓ ଝିଅ ପ୍ରଥମେ କହିଥିଲେ ଯେ ଉତ୍ତମଙ୍କର ଷ୍ଟ୍ରୋକରେ ମୃତ୍ୟୁ ହୋଇଛି । ଘଟଣାର ସୂଚନା ମିଳିବା ମାତ୍ରେ ମୁଁ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲି ଏବଂ ଦେଖିଲି ଯେ ଉତ୍ତମ ଗୋଗୋଇଙ୍କର ମୃତ୍ୟୁ ହୋଇଛି। ଆମେ ଦେଖିଲୁ ଯେ ତାଙ୍କର କାନ କଟା ଯାଇଛି ଏବଂ ଏକ ଛତା ଖୋଲା ଅବସ୍ଥାରେ ରହିଛି।

କାନ କଟା ଦେଖି ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ତେଣୁ ତାଙ୍କୁ ହତ୍ୟା କରାଯାଇଥିବାର ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ହତ୍ୟାକାଣ୍ଡକୁ ତାଙ୍କ ଝିଅ ସ୍ୱୀକାର କରିଥିବା ପୋଲିସ କହିଛି ।

Advertisment

ଅଧିକ ପଢ଼ନ୍ତୁ: ସମୂହ ଜୀବନ ହାରିଲେ ଗୋଟିଏ ପରିବାରର ୪ ସଦସ୍ୟ; ମହିଳା ଓ ପ୍ରେମିକ ଗିରଫ

Minor Girl Man Killed By Wife
Advertisment
Advertisment