• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସୀମା ଟପିଲା ବର୍ବରତା । ନୃଶଂସ ନାତିର ଅକଥନୀୟ ନିର୍ଯାତନା । ନିଷ୍ଠୁର ଭାବେ ମାଡ଼ ମାରିଲା ନାତୁଣୀ ବୋହୂ । ଭିଡ଼ିଓ ଦେଖିଲେ କହିବେ ଏମିତିକା ନାତି କାହାକୁ ନ ମିଳୁ । କଥା ଏତିକି, ଭଲ ନ ରାନ୍ଧିବାରୁ ବୃଦ୍ଧ ଜେଜେମା’କୁ ନିସ୍ତୁକ ମାଡ଼ । 

ଭୋପାଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ବୃଦ୍ଧ ଜେଜେମାଙ୍କୁ ବାଡିରେ ଅତି ନିର୍ମମ ଭାବରେ ମାଡ଼ ମାରିଥିଲେ । ଏହି ଘଟଣାର ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜେଜେମା’ଙ୍କ ଏକମାତ୍ର ଭୁଲ ଥିଲା ଯେ ସେ ତାଙ୍କ ସ୍ୱାମୀ ଓ ସ୍ତ୍ରୀ ପାଇଁ ଭଲ ଖାଇବା ପ୍ରସ୍ତୁତ କରିନଥିଲେ । ଭାଇରାଲ ହୋଇଥିବା ଭିଡିଓ ଆଧାରରେ ପୋଲିସ ଏହି ଦମ୍ପତିଙ୍କୁ ଗିରଫ କରିଛି । ଏହି ଘଟଣା ଘଟିବା ପରେ ଦୁହେଁ ସହରରୁ ଖସିଯିବାକୁ ଚେଷ୍ଟା କରୁଥିଲେ ।

ପୋଲିସ ଅଧିକାରୀ କହିଛନ୍ତି ଯେ ୭୦ ବର୍ଷୀୟା ମହିଳା ନିଜ ଇଚ୍ଛାନୁସାରେ ଖାଦ୍ୟ ରାନ୍ଧୁଥିବାରୁ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଅମାନୁଷିକ ବ୍ୟବହାର କରାଯାଉଥିଲା । ନାତି ଓ ତାଙ୍କ ପତ୍ନୀ ଭୋପାଳର ଜାହାଙ୍ଗୀରବାଦ୍ ଅଞ୍ଚଳର ବାସିନ୍ଦା । ପଡୋଶୀମାନେ କହିଛନ୍ତି ଯେ ବିଧବା ମହିଳାଙ୍କୁ ମାଡ ମାରିବା ସାଧାରଣ କଥା । ବୃଦ୍ଧ ମହିଳାଙ୍କୁ ମାଡ଼ ମାରିବା ସମୟରେ ଜଣେ ପଡ଼ୋଶୀ ତାଙ୍କ ଝରକା ପଟେ ଭିଡ଼ିଓ ସୁଟ୍‌ କରିଥିଲେ । ପରେ ଭିଡ଼ିଓଟି ବୁଧବାର ସକାଳେ ଭାଇରାଲ ହୋଇଥିଲା ।

ଭିଡିଓରେ ଦେଖାଯାଉଛି ଯେ ବୃଦ୍ଧ ମହିଳା ଜଣକ ଘରର ଚଟାଣରେ ନାତିଙ୍କ କୋଳରେ ବସିଛନ୍ତି । ତାଙ୍କ ଆଗରେ ବିଛଣାର ଧାରରେ ବସିଛନ୍ତି ନାତୁଣୀ ବୋହୂ । ଭିଡ଼ିଓରେ ଏହା ଦେଖିବାକୁ ମିଳୁଛି ଯେ ପ୍ରଥମେ ବୃଦ୍ଧ ମହିଳାଙ୍କୁ ଗାଳି ଦେବା ପରେ ନିସ୍ତୁକ ଭାବରେ ବାଡ଼ିରେ ପିଟିଥିଲା ନାତୁଣୀ ବୋହୂ । ପରେ ସେ ଚିତ୍କାର କରିବାରୁ ତାଙ୍କ ନାତି ପାଟି ବନ୍ଦ କରି ଦେଉଥିବାର ଦେଖିବାକୁ ମିଳିଛି । 

 

( କେବଳ ଖବର ପରିବେଷଣ କରିବା ପାଇଁ ଆମେ ଏହି ଭିଡ଼ିଓ ଆପଣଙ୍କୁ ଦେଖାଉଛୁ )

ଭିଡିଓ ଭାଇରାଲ ହେବା ପରେ ଜାହାଙ୍ଗୀରବାଦ ପୋଲିସ ନାତି ଓ ନାତୁଣୀ ବୋହୂ ଖୋଜିବା ଆରମ୍ଭ କରିଥିଲା । ଉଭୟ ସହର ଛାଡି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ସେମାନଙ୍କୁ ଧରିଥିଲା ପୋଲିସ ।