• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସ୍ୱାମୀର ଶୁଭ ମନାସି, ଦୀର୍ଘୟୁ କାମନା କରି ସବୁବେଳେ ସ୍ତ୍ରୀ ଠାକୁରଙ୍କୁ ଡାକିଥାଏ । ହେଲେ ଏପରି ସ୍ତ୍ରୀ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କି ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବାକୁ ପଛାଇ ନାହିଁ । ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରୀ । ସ୍ୱାମୀକୁ ହତ୍ୟା କରିବା ପାଇଁ ସ୍ତ୍ରୀ ହ୍ୱାଟ୍ସଆପ୍‌ରେ ଷ୍ଟାଟସ୍‌ରେ ପୋଷ୍ଟ କରି ଲେଖିଛି ଯେ ଯିଏ ମୋ ସ୍ୱାମୀକୁ ମାରିବ ମୁଁ ତାଙ୍କୁ ୫୦ ହଜାର ଟଙ୍କା ଦେବି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଯୁବକ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏଭଳି ମାମଲା ଉତ୍ତରପ୍ରଦେଶର ଆଗ୍ରାରୁ ଆସିଛି ।

ସୂଚନାରୁ ପ୍ରକାଶ ୨୦୨୨ ଜୁଲାଇରେ ଏହି ଦମ୍ପତ୍ତିଙ୍କ ବିବାହ ହୋଇଥିଲା । ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଥିଲା । ତେଣୁ ବିବାହର ୫ ମାସ ପରେ ଆର୍ଥାତ ୨୦୨୨ ଡିସେମ୍ବରରେ ପତ୍ନୀ ତାଙ୍କ ବାପ ଘରକୁ ଚାଲି ଆସିଥିଲେ । ଏବଂ ସେବେ ଠାରୁ ସେ ତାଙ୍କ ସ୍ୱାମୀଙ୍କ ପାଖକୁ ଫେରି ନାହାଁନ୍ତି । ଏହା ପରେ ଉକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଭରଣ ପୋଷଣର ଦିଅନ୍ତୁ ବୋଲି ଏକ ଅଭିଯୋଗ କରିଥିଲେ । 

ପରେ ଡିସେମ୍ବର ୨୦୨୩ରେ ଯୁବକଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ତାଙ୍କ ପତ୍ନୀ ହ୍ୱାଟ୍ସଆପ୍ ଷ୍ଟାଟସରେ ଲେଖିଛନ୍ତି, ‘ମୋ ଇଚ୍ଛା ବିରୋଧରେ ଏହି ବିବାହ ହୋଇଛି । ସ୍ୱାମୀଙ୍କୁ ହତ୍ୟା କରିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।’ ତେବେ ପତ୍ନୀଙ୍କ ଏପରି ଷ୍ଟାଟସ୍ ଦେଖିବା ପରେ ସ୍ୱାମୀ ଭୟଭୀତ ଥିବାର ଜଣାପଡ଼ିଛି । ତେବେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କହିଛି ପୋଲିସ ।