Advertisment

Wife and father-in-law killed a man: ବାପା ସହ ମିଶି ସ୍ବାମୀକୁ ଛୁରୀ ଭୁସି ମାରିଲା ସ୍ତ୍ରୀ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ଗୋବିନ୍ଦପୁର ଗାଁରେ ଶୋଇଥିବା ଅବସ୍ଥାରେ ସ୍ବାମୀକୁ ହତ୍ୟା କରିଛନ୍ତି ସ୍ତ୍ରୀ ଓ ଶ୍ବଶୁର। ଅଭିଯୁକ୍ତ ସ୍ତ୍ରୀ ଓ ଶ୍ବଶୁରଙ୍କୁ ଅଟକ ରଖିଛି ପୋଲିସ।

ଅଦ୍ୟତନ ହୋଇଛି
Wife killed husband

Wife killed husband

Advertisment

ନିଜ ବାପା ସହ ମିଶି ସ୍ବାମୀକୁ ଛୁରୀ ଭୁସି ମାରିଛି ସ୍ତ୍ରୀ। ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ। ଘର ଭିତରେ ଖଟ ଉପରେ ପଡ଼ିଥିବା ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ବୋହୂ ନିଜ ବାପା ସହ ମିଶି ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ମା’।

Advertisment

ମିଳିଥିବା ସୂଚନା ମୁତାବକ, ଗୋବିନ୍ଦପୁର ଗାଁର ହରିଜନ ସାହିରେ ଶୋଇଥିବା ସମୟରେ ଜଣେ ଯୁବକ କାଳିଆ ସେଠୀଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ତାଙ୍କ ଛାତି ଓ ହାତରେ ଆଘାତ ଲାଗିଛି। ଭୋର ସମୟରେ କାଳିଆ ସେଠୀ ଶୋଇଥିବା ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ ତାଙ୍କ ମାଆ ଓ ଭାଇ । ତାପରେ ତାଙ୍କ ମାଆ ଓ ଭାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । 

ଅଧିକ ପଢନ୍ତୁ : NH କଡରୁ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା?

Advertisment

ଅଭିଯୋଗରେ କାଳିଆଙ୍କ ମାଆ ତାଙ୍କ ପତ୍ନୀଙ୍କ ହାତ ଥିବା ଦର୍ଶାଇଛନ୍ତି । ପୂର୍ବରୁ ପାରିବାରିକ ଅସନ୍ତୋଷ ଓ ମନୋମାଳିନ୍ୟ ଥିଲା । ଯାହା ଫଳରେ କାଳିଆଙ୍କ ପତ୍ନୀ ୨ରୁ ୩ ମାସ ହେବ ତାଙ୍କ ବାପାଙ୍କ ଘରେ ରହୁଥିଲେ । କିନ୍ତୁ କାଳିଆଙ୍କ ମାଆଙ୍କୁ ତାଙ୍କ ଶ୍ୱଶୁର ହତ୍ୟା କରିବା ପାଇଁ ପୂର୍ବରୁ ଧମକ ଦେଇଥିଲେ ବୋଲି କାଳିଆଙ୍କ ମାଆ କହିଛନ୍ତି । ଅଭିଯୋଗ ପରେ କବିସୂର୍ଯ୍ୟନଗର ଥାନା ପୋଲିସ୍ ଓ ପୁରୁଷୋତ୍ତମପୁର ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁସାରେ ମୃତକଙ୍କ ସ୍ତ୍ରୀ ଓ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ଅଧିକ ପଢ଼ନ୍ତୁ: ୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି

Murder Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ