Advertisment

ଗୋପାଳ କାହିଁକି ଚାହୁଁ ନଥିଲା ପଦୋନ୍ନତି? ନବ ଦାସ ହତ୍ୟା ପଛରେ କିଛି ଲିଙ୍କ୍ ଅଛି କି?

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।

ଅଦ୍ୟତନ ହୋଇଛି
BJP Terms Naba Das’ Killing as ‘Arranged Murder’

Why did Gopal not want the promotion?

Advertisment

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।

Advertisment

ଝାରସୁଗୁଡ଼ା ପୋଲିସ କହିବା କଥା, ଜିଲ୍ଲା ବାହାରେ ବଦଳି ଭୟରେ ସବ୍-ଇନ୍ସପେକ୍ଟର ପଦୋନ୍ନତି ଚାହୁଁ ନଥିଲା। ତେବେ କାହିଁକି ? ତାକୁ ନେଇ ନାନା ଚର୍ଚ୍ଚା ଭିତରେ ବରିଷ୍ଠ ବିଜେପି ନେତା ଏହାକୁ ଆରେଞ୍ଜଡ ମର୍ଡର ବୋଲି ବଡ଼ ମନ୍ତବ୍ୟ ରଖିଛନ୍ତି। ସେପଟେ କଂଗ୍ରେସ କହିଛି, ଆଜି ନବ ଦାସ, କାଲି କାହା ପାଳି ପଡ଼ିପାରେ।

ମନ୍ତ୍ରୀ....ମର୍ଡର...ମୋଟିଭ୍...ମିଷ୍ଟ୍ରି...ନବ ଦାସ ହତ୍ୟାକାଣ୍ଡର ୧୮ ଦିନ ହେଲା, ଏହି ୪ଟି ଶଦ୍ଦର ଅର୍ଥ ଭିତରେ ଘୁରିବୁଲୁଛି କ୍ରାଇମବ୍ରାଞ୍ଚ ତଦନ୍ତ। ଏହି ତଦନ୍ତର ଗତିବିଧି ଭିତରେ ସନ୍ଦିଗ୍ଧ ହତ୍ୟାକାରୀ ଗୋପାଳକୃଷ୍ଣ ଦାସ ସଂପର୍କରେ ସାମ୍ନାକୁ ଆସିଛି ନୂଆ ତଥ୍ୟ। ୧୯୯୨, ଜୁଲାଇ ୮ରୁ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିବା ଗୋପାଳର ୨୦୦୯ରେ ASI ରାଙ୍କକୁ ପଦୋନ୍ନତି ହୋଇଥିଲା।

Advertisment

ପଦୋନ୍ନତି ପରେ ଝାରସୁଗୁଡ଼ାର ବିଭିନ୍ନ ଥାନା ଓ ଫାଣ୍ଡିରେ ନିଯୁକ୍ତ ହୋଇଥିଲା ସେ। ଶେଷଥର ପାଇଁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଦାୟିତ୍ୱରେ ଥିଲା ଗୋପାଳ। ୫୪ ବର୍ଷିୟ ଗୋପାଳ ଝାରସୁଗୁଡ଼ା ଜିଲ୍ଲାରେ ନିଯୁକ୍ତ ହେବା ପରଠୁ ନବ ଦାସଙ୍କ ସଂସ୍ପର୍ଶରେ ଆସିଥିଲା। ଅଧିକାଂଶ ସମୟରେ ଗୋପାଳ ନବଙ୍କ ପାଖେ ପାଖେ ରହୁଥିବା ଦେଖିବାକୁ ମିଳୁଥିଲା।

ଅଧିକ ପଢ଼ନ୍ତୁ: ଗୋପାଳକୁ ଘାରିଛି ନିଜ ଜୀବନ ଭୟ !

ଏସବୁ ଭିତରେ ଗତବର୍ଷ ଗୋପାଳକୁ ASIରୁ ସବ୍-ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ଦୁଇ ଦୁଇ ଥର ପଦୋନ୍ନତି ଅଫର ସତ୍ତ୍ୱେ ଗୋପାଳ ପ୍ରତ୍ୟାଖାନ କରିଦେଇଥିଲା ବୋଲି ଝାରସୁଗୁଡ଼ା ଜିଲ୍ଲା ପୋଲିସ ସୂତ୍ରରୁ ସୂଚନା ମିଳିଛି।

Advertisment

ତେବେ କାହିଁକି ଗୋପାଳ ଚାହୁଁ ନଥିଲା ପଦୋନ୍ନତି ? ପଦୋନ୍ନତି ହେଲେ ବଦଳିର ଭୟ ଘାରୁଥିଲା କି? ଯଦି ହଁ, ତେବେ କାହିଁକି ଗୋପାଳ ଚାହୁଁ ନଥିଲା ବଦଳି? ଜିଲ୍ଲା ବାହାରକୁ ବଦଳି ହୋଇ ନ ଯିବାର ଇଚ୍ଛା ଓ ନବ ଦାସ ହତ୍ୟା ପଛରେ କିଛି ଲିଙ୍କ୍ ଅଛି କି? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଛି।

ସେପଟେ ଏବେ ଚୌଦ୍ୱାର ଜେଲ୍‌ରେ ଅଭିଯୁକ୍ତ ଗୋପାଳ ଦାସ। ସେଠାରେ ତାକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଚୌଦ୍ୱାର ଜେଲକୁ ଯାଇ ଜେଲ୍ ଡିଜି ମନୋଜ ଛାବ୍ରା ସୁରକ୍ଷା ସଂପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

ଏପଟେ ନବ ହତ୍ୟା ପଛରେ ଗୋପାଳର ସଂପୃକ୍ତି ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ନବ ଦାସ ହତ୍ୟା ଏକ ଆରେଞ୍ଜଡ ମର୍ଡର। ସତ ପଦାକୁ ନ ଆସିବାକୁ କ୍ରାଇମବ୍ରାଞ୍ଚ୍‌ ବେଶୀ ଉଦ୍ୟମ କରୁଛି, ତଦନ୍ତ କମ କରୁଛି। ତଦନ୍ତ କେବଳ ଗୋପାଳ ପାଖରେ ସୀମିତ। ବ୍ୟାବସାୟିକ ଶତ୍ରୁ, ନବଙ୍କ ବନ୍ଧୁମାନଙ୍କୁ ଜେରା ହୋଇନି।

ନବଙ୍କ ପରିବାର କାହାକୁ ସନ୍ଦେହ କରୁଛନ୍ତି, ତା’ ବି ପଚରାଉଚୁରା କରାଯାଇନି। ହତ୍ୟାକୁ ୧୫ ଦିନ ହେଲାଣି, ହେଲେ ଉଦ୍ଦେଶ୍ୟ ଜଣାପଡ଼ିନି। ରାଜ୍ୟରେ ବହୁତ ଭଲ ଭଲ ଅଫିସର୍‌ ଅଛନ୍ତି, ତାଙ୍କୁ ଏହି ତଦନ୍ତରେ ସାମିଲ୍‌ କରାଯାଉ। ଏତେବଡ଼ ହତ୍ୟା ତଦନ୍ତରେ ବିଫଳ ହେଲେ ମାଟିଆ ପୋଷାକରେ କଳା ଦାଗ ନୁହେଁ, ପୁରା କଳା ବୋଳି ହୋଇଯିବ ବୋଲି କହିଛନ୍ତି ବିଜୟ ମହାପାତ୍ର।

ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ନବୀନଙ୍କ ଅବର୍ତ୍ତମାନରେ କ୍ଷମତାରେ ରହିବାକୁ ଚାହୁଁଥିବା ବ୍ୟକ୍ତି ହିଁ ହତ୍ୟା କରିଛନ୍ତି। ସେହିଭଳି ନିଆଁରେ ଘିଅ ଢାଳି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି, ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ତାଙ୍କ ଅବସ୍ଥା ନବ ଦାସଙ୍କ ଭଳି ହୋଇପାରେ। ଆଜି ନବ ତ କାଲି ଆଉ କିଏ ? ନବଙ୍କୁ ASI ମାରିବା ଭଳି ଲାଗୁନି ବୋଲି ଚେଲ୍ଲାକୁମାର କହିଛନ୍ତି। ବିଜେଡି ମଧ୍ୟ ଏହାର ଜବାବ ରଖିଛି।

Naba Das Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ