Advertisment

ଅତିକ-ଅଶ୍ରଫଙ୍କୁ କାହିଁକି କରାଗଲା ହତ୍ୟା, ସାମ୍ନାକୁ ଆସିଲା ନୂଆ ତଥ୍ୟ !

ଆଶଙ୍କା କରାଯାଉଛି ଏହି ହତ୍ୟାକାଣ୍ଡରେ ଯେଉଁ ଯିଗାନା ପିସ୍ତଲ ସନି ସିଂ ବ୍ୟବହାର କରିଥିଲା, ତାହା ସୁନ୍ଦର ଭଟ୍ଟି ଗ୍ୟାଙ୍ଗ ପକ୍ଷରୁ ତାକୁ ଯୋଗାଇ ଦିଆଯାଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Atiq Ahmed Murder Updates

UP Gangster Atiq Ahmed Shot Dead In Presence Of Cops

ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ତଥା ଡନ୍ ବ୍ରଦର୍ସ ଅତିକ ଅହମଦ ଏବଂ ଭାଇ ଅଶ୍ରଫ ଅହମ୍ମଦ ହତ୍ୟାକାଣ୍ଡର ଆସିଛି ପୋଷ୍ଟ ମର୍ଟମ ରିପୋର୍ଟ । ଉଭୟଙ୍କ ଶରୀରରୁ ସମୁଦାୟ ୧୪ଟି ଗୁଳି ଚିହ୍ନ ମିଳିଥିବା ସୂଚନା ମିଳିଛି। ଅତିକ ଅହମଦ ଶରୀରରେ ୯ଟି ଗୁଳି ଓ ଅଶରଫ ଶରୀରରୁ ମିଳିଛି ୫ଟି ଗୁଳି ଚିହ୍ନ ।

Advertisment

ଅତିକ ଅହମଦ ଓ ଅଶରଫଙ୍କ ଉପରକୁ ୩ ଅଭିଯୁକ୍ତ ସନ୍ନି, ଲଭଲେଶ ଓ ବରୁଣ ଆଖି ବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଅତିକ ଅହମ୍ମଦର ମୁଣ୍ଡରେ ଗୋଟିଏ ଗୁଳି ସମେତ ଛାତି ଓ ପିଠିରେ ୮ଟି ଗୁଳି ଲାଗିଛି । ସେହିପରି ଅଶରଫ ଶରୀରରେ ୫ଟି ଗୁଳି ଲାଗିଛି। ଗୋଟିଏ ଗୁଳି ଅଶରଫ ମୁହଁରେ ବାଜିଥିବା ବେଳେ ଓ ଆଉ ୪ଟି ଗୁଳି ତା’ ପିଠି ପାର୍ କରି ପଳାଇଛି। ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠିତ ହୋଇଥିବା ବେଳେ ଏହାର ଭିଡିଓଗ୍ରାଫି ବି ହୋଇଥିଲା । ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ ନ୍ୟାୟିକ ପ୍ୟାନେଲ୍ ଗଠନ କରିଛନ୍ତି । ୨ ମାସ ମଧ୍ୟରେ ଏହି କମିଟି ନିଜ ରିପୋର୍ଟ ପ୍ରଦାନ କରିବ ।

ଅନ୍ୟପକ୍ଷରେ ଗୁଳିମାଡ଼ କରିବା ପରେ ଆତ୍ମସମର୍ପଣ କରିଥିବା ୩ ଯୁବକ ସନ୍ନି, ଲଭଲେଶ ଓ ବରୁଣକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରୟାଗରାଜ ପୋଲିସ ପକ୍ଷରୁ ମଧ୍ୟ ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ଏକ SIT ଗଠନ କରାଯାଇଛି । ସେପଟେ ଏହି ହତ୍ୟା ପାଇଁ ସୁପ୍ରିମକୋର୍ଟ ପୂର୍ବତନ ଜଷ୍ଟିସଙ୍କ ନେତ୍ରୁତ୍ୱରେ ଏକ ପ୍ୟାନେଲ ଗଠନ କରିବାକୁ ଆଇନଜୀବୀଙ୍କ ପକ୍ଷରୁ ଆବେଦନ କରାଯାଇଛି । 

Advertisment

ଏପଟେ ଅତିକ ଓ ଭାଇ ଅଶ୍ରଫ ହତ୍ୟାକାଣ୍ଡ ପଛରେ ନୂଆ ଖୁଲାସା ହୋଇଛି । ଏଇ ହତ୍ୟାକାଣ୍ଡ ପଛରେ ପଶ୍ଚିମ ଉତ୍ତର ପ୍ରଦେଶର ସୁନ୍ଦର ଭଟ୍ଟି ଗ୍ୟାଙ୍ଗର ହାତ ସନ୍ଦେହ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ସନି ସିଂ ସୁନ୍ଦର ଭଟ୍ଟି ଗ୍ୟାଙ୍ଗର ସଦସ୍ୟ ବୋଲି କୁହାଯାଉଛି । ଆଶଙ୍କା କରାଯାଉଛି ଏହି ହତ୍ୟାକାଣ୍ଡରେ ଯେଉଁ ଯିଗାନା ପିସ୍ତଲ ସନି ସିଂ ବ୍ୟବହାର କରିଥିଲା, ତାହା ସୁନ୍ଦର ଭଟ୍ଟି ଗ୍ୟାଙ୍ଗ ପକ୍ଷରୁ ତାକୁ ଯୋଗାଇ ଦିଆଯାଇଥିଲା ।

ତେବେ କିଏ ଏହି ସୁନ୍ଦର ଭଟ୍ଟି । ଅତିକ ଅହମଦ ଗ୍ୟାଙ୍ଗ ସହ କଣ ରହିଛି କନେକ୍ସନ ? ଦିନେ ୟୁପି ସହ ଦିଲ୍ଲୀ ଓ ହରିୟାଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର । ସୁନ୍ଦର ଭଟ୍ଟି ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଲୁଟ୍ ଓ ଅପହରଣର ୬୦ରୁ ଅଧିକ ମାମଲା ରୁଜୁ ହୋଇଛି । ଦୀର୍ଘ ଦିନ ଫେରାର ଥିବା ଏହି କୁଖ୍ୟାତ ଅପରାଧୀକୁ ୟୁପି ପୋଲିସ ୨୦୧୪ରେ ନୋଏଡାରୁ ଗିରଫ କରିବାରେ ସଫଳ ହୋଇଥିଲା । ୨୦୨୧ରେ ଏକ ହତ୍ୟା ମାମଲାରେ ତାକୁ ଆଜୀବନ କାରାଦଣ୍ଡ ମିଳିଥିଲା । ବର୍ତ୍ତମାନ ସେ ସୋନଭଦ୍ର ଜେଲରେ ସଜା କାଟୁଛି ।

ସେପଟେ ଉତ୍ତରପ୍ରଦେଶରେ ମାଫିଆ ଡନ୍ ଅତିକ ଅହମ୍ମଦକୁ ହତ୍ୟା ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ଉକ୍ତ ଘଟଣାର ନ୍ୟାୟିକ ତଦନ୍ତ କରାଯାଉଛି । ତଦନ୍ତରେ ସବୁ ସ୍ପଷ୍ଟ ହେବ । କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଉକ୍ତ ବ୍ୟକ୍ତିକୁ କ୍ଲିନଚିଟ ଦେବାକୁ ବସିଛନ୍ତି । ତାକୁ ପୂର୍ବତନ ସାଂସଦ କୁହାଯାଉଛି, କିନ୍ତୁ ଉକ୍ତ ବ୍ୟକ୍ତି ଶତାଧିକ ହତ୍ୟାରେ ସଂପୃକ୍ତ । ଏଭଳି ବ୍ୟକ୍ତିକୁ କ୍ଲିନଚିଟ୍‌ ଦେବାକୁ ଚେଷ୍ଟା କରାଯାଉଛି, ଏଥିପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ବୈଜୟନ୍ତ କହିଛନ୍ତି ।

Firing
Advertisment
Advertisment