• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଫିଆ ଡନ୍‌ ଆତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଡାକ୍ତରୀ ପରୀକ୍ଷା ପାଇଁ ଅତିକ୍ ଅହମ୍ମଦଙ୍କୁ ନିଆଯାଉଥିଲା । ସେହି ସମୟରେ ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।

ମେଡିକାଲ କଲେଜ ନିକଟରେ ଆତିକ ଅହମ୍ମଦ ଏବଂ ଆଶ୍ରଫଙ୍କୁ ହତ୍ୟା କରାଯାଇଛି । ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ଉଭୟଙ୍କୁ ତଦନ୍ତ ପାଇଁ ନିଆଯାଉଥିଲା । ଉଭୟଙ୍କ ମୃତଦେହ ମେଡିକାଲକୁ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ଗୁଳି ଚଳାଇଥିବା ଲୋକଙ୍କୁ ଚିହ୍ନଟ କରାଯାଇ ନାହିଁ । ଗଣମାଧ୍ୟମ ଆଗରେ ଏହି ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ପୂର୍ବରୁ ଗ୍ୟାଙ୍ଗଷ୍ଟର ଆତିକ୍ ଅହମ୍ମଦର ପୁଅକୁ ଏନକାଉଣ୍ଟର କରାଯାଇଥିଲା । ମାଫିଆରୁ ରାଜନେତା ହୋଇଥିବା ଆତିକ୍ ଅହମ୍ମଦ ପୁଅକୁ ଏନକାଉଣ୍ଟର କରିଥିଲା ଉତ୍ତରପ୍ରଦେଶ ପୋଲିସ । ପୋଲିସ ଗୁଳିରେ ଅତିକର ପୁଅ ଅସଦ ନିହତ ହୋଇଛି । ଉମେଶ ପାଲ ହତ୍ୟା ମାମଲାରେ ପୋଲିସ୍‌ ଅନେକ ଦିନ ଧରି ଉଭୟଙ୍କୁ ଖୋଜୁଥିଲା ।

ଅସଦ ଅହମଦଙ୍କ ସହିତ ଏହି ମାମଲାର ଆଉ ଜଣେ ଅଭିଯୁକ୍ତ ମହମ୍ମଦ ଗୁଲାମ ଓ ଅନ୍ୟ ଜଣେ ଏହି ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ । ଉଭୟଙ୍କ ନିକଟରୁ ଦାମୀ ବିଦେଶୀ ଅସ୍ତ୍ର ମିଳିଥିବା ୟୁପି ପୋଲିସ ସୂଚନା ଦେଇଥିଲା । ଉମେଶ ପାଲ୍ ହତ୍ୟା ମାମଲାରେ ୨ ଜଣ ମୋଷ୍ଟ ୱାଣ୍ଟେଡ୍ ଥିଲେ । ଦୁଇ ଜଣଙ୍କ ମୁଣ୍ଡ ଉପରେ ୫ ଲକ୍ଷର ପୁରସ୍କାର ରାଶିଥିଲା ।

ପୋଲିସ୍‌ ସୂଚନା ଅନୁସାରେ ଉତ୍ତର ପ୍ରଦେଶ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ଟିମ୍‌ ଉପରକୁ ଦୁହେଁ ପ୍ରଥମେ ଗୁଳି ଚଳାଇଲେ । ତେଣୁ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଟିମ୍‌ ପାଲଟା ଗୁଳି ଚଳାଇବାରୁ ୨ ଜଣଯାକ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍‌ଫୋନ୍‌ ଏବଂ ସିମ୍‌ କାର୍ଡ ଉଦ୍ଧାର କରାଯାଇଛି ।

ହେଳେ ଆଜି ମାଫିଆ ଡନ୍‌ ଆତିକ୍ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ମୃତ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ଗଣମାଧ୍ୟମ ଆଗରେ ଏହି ହତ୍ୟା କରିଛନ୍ତି ।