Advertisment

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଲେ ASI ଗୋପାଳ ଦାସ ?

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ ପୋଲିସ୍ ASI ଗୋପଳ ଦାସ ? ଷଡ଼ଯନ୍ତ୍ର ନା ମାନସିକ ଦୁଃଚିନ୍ତା, କାରଣ କ’ଣ ? ସମୟ ଯେତେ ଗଡ଼ୁଛି ମାମଲାକୁ ନେଇ ବଢ଼ିବାରେ ଲାଗିଛି ସେତେ ସନ୍ଦେହ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Why ASI Gopal Das Shot To Minister Naba Das

Why ASI Gopal Das Shot To Minister Naba Das

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ ପୋଲିସ୍ ASI ଗୋପଳ ଦାସ ? ମନ୍ତ୍ରୀ ଓ ପୋଲିସ୍ ASIଙ୍କ ମଧ୍ୟରେ କ’ଣ ଥିଲା ଶତ୍ରୁତା ? ଷଡ଼ଯନ୍ତ୍ର ନା ମାନସିକ ଦୁଃଚିନ୍ତା, କାରଣ କ’ଣ ? ସମୟ ଯେତେ ଗଡ଼ୁଛି ମାମଲାକୁ ନେଇ ବଢ଼ିବାରେ ଲାଗିଛି ସେତେ ସନ୍ଦେହ। ଆଉ ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍।

Advertisment

ମନ୍ତ୍ରୀ ନବ ଦାସଙ୍କ ASI ଗୋପଳ ଦାସଙ୍କ କିପରି ସମ୍ପର୍କ ଥିଲା ? ମାମଲା ପଛର ଅସଲ ରହସ୍ୟ କ’ଣ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ ପୋଲିସ୍ ASIଙ୍କୁ ଗିରଫ ପରେ ଝାରସୁଗୁଡ଼ା ଜେଲ୍‌କୁ ପଠାଯାଇଛି। ତାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ଆବେଦନ କରିପାରେ। ତେବେ ରିମାଣ୍ଡରେ ଯିବା ପରେ ମାମଲା ଉପରୁ ଅନେକ କିଛି ସତ ସାମ୍ନାକୁ ଆସିପାରେ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

Advertisment

କେମିତି ଥିଲେ ASI ଗୋପଳ ଦାସ ?

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ASI ଗୋପାଳ କୃଷ୍ଣ ଦାସଙ୍କ ମାନସିକ ସ୍ଥିତି ଭଲ ନଥିବା କୁହାଯାଉଥିବା ବେଳେ ତାଙ୍କ ସର୍ଭିସ ରେକର୍ଡ କିନ୍ତୁ ଭିନ୍ନ କଥା କହୁଛି। ୧୯୯୨, ଜୁଲାଇ ୮ରେ ପୋଲିସ ଚାକିରି ଆରମ୍ଭ କରିଥିଲେ ଗୋପାଳ ଦାସ। ୨୦୦୯ରେ ତାଙ୍କର ASI ପଦବୀକୁ ପଦନ୍ନୋତି ହୋଇଥିଲା।

୨୮ ବର୍ଷ ୫ ମାସର ଚାକିରି ସମୟ ମଧ୍ୟରେ ସେ ତାଙ୍କ କାର୍ଯ୍ୟ ପାଇଁ ଅନେକ ଥର ମେଡାଲ ପାଇଛନ୍ତି। ଉନ୍ନତ ପୋଲିସ ସେବା ପାଇଁ ସେ ୧୨ଟି ଗୁଡ୍ ସର୍ଭିସ ମାର୍କ ପାଇଛନ୍ତି। ଏଥିସହ ତଦନ୍ତ ପାଇଁ ୧୮ଟି ମେଡାଲ ସହ ୮ ଥର ପୁରସ୍କାର ସ୍ୱରୁପ ଅର୍ଥରାଶି ବି ପାଇଛନ୍ତି।

ଗୋପାଳ ଦାସ ଏଯାଏ ଚାକିରି ଭିତରେ କେବଳ ଥରେ ମାତ୍ର ସାମାନ୍ୟ କାରଣ ପାଇଁ ଦଣ୍ଡିତ ହୋଇଛନ୍ତି। ଯାହାକି ତାଙ୍କ ଚାକିରି କ୍ୟାରିୟରକୁ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବରିଷ୍ଠ ପୋଲିସ ଅଧିକାରୀ ମତ ଦିଅନ୍ତି।

Naba Das Minister Naba Das
Advertisment
Advertisment