Advertisment

ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଏମିତିକା ପୋଷ୍ଟର ମାରିଲା କିଏ ?

ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି ।

author-image
Chandan Shishu
ଅଦ୍ୟତନ ହୋଇଛି
Pravat Biswal Poster Around City

Poster Of Pravat Biswal

କଟକ ଚୌଦ୍ୱାରର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ନାଁରେ ଚିଟଫଣ୍ଡକୁ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ। କିଛି ବ୍ୟକ୍ତି ଅସହିଷ୍ଣୁ ହୋଇ ଏଭଳି ଭାବେ କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ଖୋଦ ପ୍ରଭାତ ବିଶ୍ବାଳ।

Advertisment

ଚିଟଫଣ୍ଡ ମାମଲା ବର୍ତ୍ତମାନ ନ୍ୟାୟପାଳିକାରେ ବିଚାରାଧୀନ ରହିଛି। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଚାରି ଚାରି ଥର ଲୋକେ ମତେ ସମର୍ଥନ ଦେଇଛନ୍ତି, ସେଥିପାଇଁ ସେମାନେ ଅସହିଷ୍ଣୁ ହୋଇ ପଡିଛନ୍ତି। ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି ।

କିଛି ଦିନ ତଳେ ମତେ ଏବଂ ମୋ ପୁଅକୁ ମାରିବା ପାଇଁ ବାର୍ତ୍ତାଳାପ ହେବାର ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଥିଲା। ଏନେଇ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି। ପୋଷ୍ଟର ଲଗାଇବା ଘଟଣାରେ ପଛପଟରେ ଥିବା ବ୍ୟକ୍ତି ହିଁ ଏଭଳି କାର୍ଯ୍ୟ କରିଛନ୍ତି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ ।

Advertisment
Former MLA Pravat Biswal Pravat Ranjan Biswal
Advertisment
Advertisment