Advertisment

କେମିତି ହେଲା ଚିନ୍ମୟୀଙ୍କ ମୃତ୍ୟୁ ? ଗଳାର ଦାଗ ବଢ଼ାଉଛି ସସପେନ୍ସ

ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ।

ଅଦ୍ୟତନ ହୋଇଛି
VSSUT Girl Student Death Suspense

Vissut Student Death Suspense

Advertisment

କେମିତି ହେଲା ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ? ହତ୍ୟା ନା ଆଉ କିଛି ? ସମୟ ଯେତେ ଗଡ଼ୁଛି, ସେତେ ବଢ଼ୁଛି ଏହାକୁ ନେଇ ସସପେନ୍ସ । ଚିନ୍ମୟୀଙ୍କ ଗଳାରେ ଥିବା ଦାଗ ଏବେ ଅଧିକ ସନ୍ଦେହ ବଢ଼ାଇଛି । ପରିବାର ଲୋକେ ସିଧାସଳଖ ହତ୍ୟା ଅଭିଯୋଗ ଆଣିଛନ୍ତି । ଚିନ୍ମୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।

Advertisment

ଗଳାରେ ଚିହ୍ନ କେମିତି ଆସିଲା? ତାଙ୍କ ସହ ସେ ଦିନ କଣ ଘଟିଥିଲା ବୋଲି ପ୍ରଶ୍ନ କରିଛନ୍ତି ବାପା ମାଆ । ଏପରିକି କିଛି ସମୟ ପରେ ଘରକୁ ଫେରିବା ନେଇ ଚିନ୍ମୟୀ ସୂଚନା ଦେଇଥିଲେ ।

ହେଲେ ବୁର୍ଲା ପାୱାର କେନାଲ ପାଖକୁ କେମିତି ପହଞ୍ଚିଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ ? ଅଭିଯୁକ୍ତ ପୁରୁଷ ବନ୍ଧୁ ପ୍ରିତୀମାନଙ୍କ ବାପା ଗୃହ ବିଭାଗରେ ଜଣେ ଉଚ୍ଚ ପଦସ୍ତ ଅଧିକାରୀ । ତେଣୁ ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କ ବାପା । ଘଟଣା ପରଠୁ ପୁରୁଷ ବନ୍ଧୁ ପ୍ରୀତିମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ବ୍ରିଜ୍‌ରୁ ଡେଇଁଲେ ଭିସୁଟ୍‌ ଛାତ୍ରୀ ? ଏମିତି ଥିଲା ଶେଷ କେଇ ଘଣ୍ଟା...

ସେପଟେ ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଗଠନ ହୋଇଛି । ସମ୍ବଲପୁର ପୋଲିସ୍ ତିନି ଟିକିଆ ପୋଲିସ୍ ଟିମ୍ ଗଠନ କରିଛି । ଅଲଗା ଅଲଗା ସ୍ଥାନକୁ ଯାଇ ଏହା ତଦନ୍ତ କରିବ । ଗୋଟିଏ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ଭଡ଼ା ଘରକୁ ଯାଇ ଖୋଳତାଡ଼ କରିବ। ଚିନ୍ମୟୀ ଯେଉଁଠି ରହୁଥିଲେ ସେ ଘରେ ତଦନ୍ତ ହେବ ।

Advertisment

ଅନ୍ୟ ଏକ ଟିମ୍ ଚିନ୍ମୟୀଙ୍କ କଳାହାଣ୍ଡି ପୌତୃକ ଘରକୁ ଯିବେ । ସେହିପରି ତୃତୀୟ ଟିମ୍ ପୁରା ମାମଲାର ଅନୁଧ୍ୟାନ କରିବ । ବୁର୍ଲା ପାୱର ଚାନେଲରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ । ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ବୁର୍ଲା ପାୱାର ଚାନେଲ୍ ବ୍ରିଜର ହେବ ମାପଚୁପ୍ ।

କଳାହାଣ୍ଡି ମଦନପୁରରାମପୁରର ଚିନ୍ମୟୀ ଭିସୁଟରୁ INFORMATION AND TECHNOLOGY ବ୍ରାଞ୍ଚରେ ପାସଆଉଟ୍ ହୋଇଥିଲେ । ତିନି ଦିନ ତଳେ ସମାବର୍ତ୍ତନ ଉତ୍ସବରୁ ସାର୍ଟିଫିକେଟ୍ ପାଇଥିଲେ । ଏହାପରେ ବୁର୍ଲା ପାୱାର ଚାନେଲରୁ ତାଙ୍କ ମୃତଦେହ ମିଳିଥିଲା ।

(ରିପୋର୍ଟ- ଓଟିଭି ବ୍ୟୁରୋ)

Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ