Advertisment

ହାତୀ ପାଇଁ ପ୍ରକୃତି ସହ ଖେଳ, ଜଙ୍ଗଲରେ ନିଆଁ ଲଗାଇ ଦେଲେ ଗାଁ ଲୋକେ

ହୁତୁ ହୁତୁ ହୋଇ ଜଳିଲା ଘୋରମାବେଡା ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ ।

author-image
Prangyan Parimita
ଅଦ୍ୟତନ ହୋଇଛି
Jungle Fire News

jungle

ହାତୀ ପଲଙ୍କୁ ଘଉଡେଇବାକୁ ଜଙ୍ଗଲରେ ନିଆଁ ଲଗାଇ ଦେଲେ ଗାଁ ଲୋକେ । ହାତୀ ତଡ଼ିବା ସହ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ ପାଲଟିଲା ଚ୍ୟାଲେଞ୍ଜ୍ । ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଘୋରମାବେଡା ଗ୍ରାମ୍ୟ ଜଙ୍ଗଲରୁ ଏଭଳି ଅଭିଯୋଗ ଆସିଛି।

Advertisment

ଏହି ଜଙ୍ଗଲକୁ ବହୁ ସଂଖ୍ୟାରେ ହାତୀମାନେ ଚାଲି ଆସିଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଫଳରେ ସେମାନଙ୍କୁ ତଡ଼ିବା ଲାଗି କେହି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା କୁହାଯାଉଛି । ଜଙ୍ଗଲରେ ନିଆଁ ଦେଖି ହାତୀମାନେ ଜଙ୍ଗଲ ଛାଡି ବୈତରଣୀ ନଦୀ ଅଭିମୁଖେ ଯାଉଛନ୍ତି ।

ତେବେ ଏଇଠି ପ୍ରଶ୍ନ ଉଠୁଛି ହାତୀ ଘଉଡ଼ାଇବା ପାଇଁ ପ୍ରକୃତି ସହ ଖେଳ ଖେଳିବା କେତେଦୂର ଯୁକ୍ତିଯୁକ୍ତ . .ଜାଣିଶୁଣି ଜଙ୍ଗଲକୁ ନଷ୍ଟ କରିଦେଲେ କ’ଣ ଏ ସମସ୍ୟାର ସମାଧାନ ହୋଇଯିବ  . . 

Advertisment

ସୂଚନାଯୋଗ୍ୟ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୧୭ ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରି ରହିଥିବା ବେଳେ ଆଖପାଖ ୨୦ରୁ ଅଧିକ ଗାଁ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତିନି ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରୁ ହାତୀ ପୋଲ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡ ଅଞ୍ଚଳର କେଶରୀକୁଣ୍ଡ,ନୂଆଗାଁ ବୁଢ଼ାମୋରା ଅଞ୍ଚଳରେ ଉତ୍ପାତ କରୁଛନ୍ତି । ବର୍ତ୍ତମାନ ଜମିରେ ଫସଲ ନଥିବା କାରଣରୁ ହାତୀମାନେ ଗାଁ ମୁହାଁ ହେଉଥିବା କୁହାଯାଉଛି ।

Fire Mishap Jungle Fire
Advertisment
Advertisment