Advertisment

ବାହାରୁଛି ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ୍, ସମ୍ପତ୍ତି ଦେଖି ଭିଜିଲାନ୍ସ କାବା

ବାସଭବନରୁ ଏକାଧିକ ଜମିଜମା କାଗଜପତ୍ର, ଏକାଧିକ ପାସ୍ ବହି ଓ ଅନେକ କାଗଜ ପତ୍ର ଜବତ କରି ଭିଜିଲାନସ୍ ବିଭାଗ ଯାଞ୍ଚ କରୁଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନି ଦିନ ହେଲାଣି କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନର DFO ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି ।

author-image
Tanmay Kumar Mahalik
Vigilance

Vigilance

ଯେତେ ଖୋଲିଲେ ସେତେ ବାହାରୁଛି । କେନ୍ଦୁଝର କେନ୍ଦୁଲିଫ୍ DFO ନିତ୍ୟାନନ୍ଦ ନାୟକଙ୍କର ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ ଜାରି । କେନ୍ଦୁଝର ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଯାଞ୍ଚ କରିଛି ଭିଜିଲାନସ୍ । ତାଙ୍କ ସରକାରୀ ବାସଭବନରୁ ବାହାରିଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୮ ଲକ୍ଷ ଟଙ୍କା ହେବ । ଏକ ପିସ୍ତଲ୍ ମଧ୍ୟ ଯବତ ହୋଇଛି ।

Advertisment

ଯାହାର କାଗଜ ପତ୍ର ଅଛି କି ନାହିଁ ତାର ଯାଞ୍ଚ ଚାଲିଛି । ତାଙ୍କ ବାସଭବନରୁ ଏକାଧିକ ଜମିଜମା କାଗଜପତ୍ର, ଏକାଧିକ ପାସ୍ ବହି ଓ ଅନେକ କାଗଜ ପତ୍ର ଜବତ କରି ଭିଜିଲାନସ୍ ବିଭାଗ ଯାଞ୍ଚ କରୁଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନି ଦିନ ହେଲାଣି କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନର DFO ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି । ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ କେନ୍ଦୁଝର ଆଣିଛି ଭିଜିଲାନ୍ସ। ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଯାଞ୍ଚ ହେଉଛି ।

Keonjhar
Advertisment
Advertisment