• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭିଜିଲାନ୍ସ ଜାଲରେ ନିଲମ୍ବିତ ASI । ମାଲକାନଗିରି ଜିଲ୍ଲା ମାଥିଲି ଥାନାର ନିଲମ୍ବିତ ଏଏସ୍‌ଆଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌ କରିଛି ଭିଜିଲାନ୍ସ । ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି । ଗତ ମାସକ ତଳେ ଗଂଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲେ ଜୟଦାଶ । ଏହାପରେ ସେ ଜାମିନ୍‌ରେ ଆସିଥିଲେ । ଜୟଦାଶ ମାଥିଲି ଥାନା କର୍ତନପାଲି ବିଟ୍ ହାଉସରେ କାର୍ଯ୍ୟରତ ଥିଲେ ।  


ସେପଟେ ଭିଜିଲାନ୍ସ ଜାଲରେ ଯାଜପୁର ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ । ଆୟବହିିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଆରଏମ୍‌ସିର କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ । ଯାଜପୁର ଟାଉନ ଥାନା ଅଞ୍ଚଳର ସନ୍ଥେଶ୍ୱରପୁରରେ ଥିବା ବାସଭବନ ଓ ଭଡ଼ା ଘରେ ଭିଜିଲାନ୍ସ ରେଡ୍‌ କରିଛି । ଗୟାଧର ସାହୁ ଆରଏମ୍‌ସିରେ ମାର୍କେଟ ସରକାର ଭାବେ କାର୍ଯ୍ୟ କରୁଛନ୍ତି ।

ସେହିଭଳି ୩ ଦିନ ପୂର୍ବରୁ ଜଣେ ଜିଆର୍‌ଏସ୍‌ଙ୍କ ଘରେ ରେଡ୍‌ କରିଥିଲା ଭିଜିଲାନ୍ସ । ରେଡ୍‌ ପରଦିନ ଭୁବନେଶ୍ୱରର କୁବେର ଜିଆରଏସ୍‌ ତଥା କଳାରାହାଙ୍ଗ ପଞ୍ଚାୟତ ଜିଆରଏସ୍ ବାବୁଲି ପଢ଼ିଆରିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ରେଡ୍ କରିଥିଲା ଭିଜିଲାନ୍ସ ।

ରଘୁନାଥପୁର ପୈତୃକ ଘର ଓ କଳାରାହାଙ୍ଗ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରିଥିଲା । ଏଥିରୁ ଜଣାପଡ଼ିଥିଲା ତାଙ୍କର ୫୯ଟି ପ୍ଲଟ୍‌ ଅଛି । ସେଥିମଧ୍ୟରୁ ଭୁବନେଶ୍ୱର ପ୍ରାଇମ୍ ଏରିଆରେ ଅଛି ୫୮ଟି ପ୍ଲଟ୍‌ । ଗୋଟିଏ ପ୍ଲଟ ଅଛି କଟକ ବେଲଗଛିଆରେ । ତାସହିତ ରଘୁନାଥପୁରରେ ଗୋଟିଏ ୩ ମହଲା କୋଠା, ଆଉ ଏକ ଘର ଅଛି । ଖାଲି ସେତିକି ନୁହେଁ ଆଶୀର୍ବାଦ ପ୍ଲାଜାରେ ଗୋଟିଏ ଫ୍ଲାଟ ମଧ୍ୟ ରହିଛି । ଏହା ସହିତ ବ୍ୟାଙ୍କ, ଡିପୋଜିଟ୍‌, ବୀମା ଓ ଅନ୍ୟ ଧନ ମଧ୍ୟ ରହିଛି ।