/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647513954.jpg)
Vigilance Raid
ଭିଜିଲାନ୍ସ ଜାଲରେ ସୋରୋ RW ବିଭାଗର ସହକାରୀ ଇଞ୍ଜିନିୟର ପ୍ରମୋଥ ବେହୁରିଆ । ତାଙ୍କ ଘର ଓ ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ ଟିମ୍ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରମୋଥଙ୍କ ଘରେ ଚାଲିଛି ରେଡ୍ । ଚଢାଉ ବେଳେ ପ୍ରମୋଥଙ୍କ ଘରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା, ସୁନା ଗହଣା ସହ ୧ କୋଟି ୧୬ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି ।
ଏହାସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଥିବା ବେଳେ ଏକ ଲକର ଠାବ କରାଯାଇଛି । ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିର ଆକଳନ ପରେ ପରିମାଣ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଭଦ୍ରକ ଉପର ବାଗୁରାଇ ସ୍ଥିତ ଘର, ମଧୁସୁଦନପୁରରେ ଥିବା ପୈତୃକ ଘର, ଅର୍ଣ୍ଣପାଳ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଏବଂ ବାସୁଦେବପୁର ସ୍ଥିତ ଶ୍ୱଶୂର ଘରେ ଏବେ ରେଡ୍ ଚଳାଇଛି ଭିଜିଲାନ୍ସ ।
ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ଟିମ୍ ମିଳିତ ଚଢାଉ କରିଥିଲା । ତଦନ୍ତ ପରେ ମୋଟ ସଂପତ୍ତିର ପରିମାଣ ଜଣାପଡ଼ିବ । ପ୍ରଥମେ ପ୍ରମୋଥ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ତଦନ୍ତ କରି ଭିଜିଲାନ୍ସ ଟିମ୍ ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)