Advertisment

ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା; ଅମାପ ସଂପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ବଡ଼ ମାଛ...

ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା । କିଏ ଠୁଳ କଲାଣି ପାହାଡ଼ ଉଚ୍ଚର କଳା ଟଙ୍କା ତ ଆଉ କାହାର ମାଳ ମାଳ ପ୍ଲଟ୍, ଫ୍ଲାଟ୍, ବହୁତଳ କୋଠା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Vigilance

Vigilance

ଲୋକେ କହନ୍ତି, ଆପଣ ଯଦି ସରକାରୀ ଚାକିରି ଖଣ୍ଡେ କରିଛନ୍ତି, ତେବେ ଟେନସନ୍ ଗଲା । ଏକଥା କାହା ପାଇଁ ପ୍ରଯୁଜ୍ୟ ହେଉ କି ନହେଉ, ଅମାପ ସଂପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ିଥିବା ବଡ଼ ମାଛଙ୍କ କ୍ଷେତ୍ରରେ କିନ୍ତୁ ଶତ ପ୍ରତିଶତ ସତ। କାହାର ୫୨ଟି ପ୍ଲଟ୍ ମିଳିଲାଣି ତ ଆଉ କାହାର ୮୫ଟି ପ୍ଲଟ୍। ପାହାଡ଼ ଭଳି ନୋଟ୍ ଏବଂ ଆଖିଝଲସା ଅଳଙ୍କାର ତାଜୁବ୍ କରିଦେଉଛି ସମସ୍ତଙ୍କୁ। ଆସନ୍ତୁ ଜାଣିବା ଆନନ୍ଦପୁର ବ୍ୟାରେଜ ଡିଭିଜନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଗୋଲାମୁଣ୍ଡା ବିଡ଼ିଓଙ୍କ ଦୁର୍ନୀତିର କଳା କାହାଣୀ।

Advertisment

ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା । କିଏ ଠୁଳ କଲାଣି ପାହାଡ଼ ଉଚ୍ଚର କଳା ଟଙ୍କା ତ ଆଉ କାହାର ମାଳ ମାଳ ପ୍ଲଟ୍, ଫ୍ଲାଟ୍, ବହୁତଳ କୋଠା । ଚାକିରି କାଳରେ ଆୟ ବହିର୍ଭୂତ ସଂପତ୍ତିର କଳାଚିଠା ଖୋଲିବା ଆଗରୁ  ବାବୁଙ୍କଠୁ ଆରମ୍ଭ କରିବା ଆଜିର କାହାଣୀ। ଯାହାଙ୍କ ନାଁ ପ୍ରଭାସ ଚନ୍ଦ୍ର ପ୍ରଧାନ। କେନ୍ଦୁଝର ଆନନ୍ଦପୁରବ୍ୟାରେଜ୍ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ତାଙ୍କ ପାଖରୁ ଭିଜିଲାନ୍ସ ପାଇଛି ୧୦କି ୨୦ ନୁହଁ, ୮୫ଟି ପ୍ଲଟ୍ । ତା’ମଧ୍ୟରୁ କେବଳ ଜଳେଶ୍ବରରେ ରହିଛି ୮୦ଟି। ତାଛଡ଼ା ପୁରୀ ଡେଲାଙ୍ଗରେ ୪ଟି, ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ୍ ରହିଛି ଯନ୍ତ୍ରୀ ବାବୁଙ୍କ ନାଁରେ। ଏହାବ୍ୟତୀତ ଜଳେଶ୍ବରରେ ଗୋଟିଏ ୫ ମହଲା କୋଠା, ମାର୍କେଟ୍ କପ୍ଲେକ୍ସ ବି ରହିଛି। ଏସବୁ ଭିତରେ ବାଲେଶ୍ବର ଘରେ ଥାକ ମାରି ରଖିଥିଲେ ନଗଦ ଟଙ୍କା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍ ବେଳେ ମିଳିଛି ଏସବୁ । ଆନନ୍ଦପୁରକୁ ବଦଳି ପୂର୍ବରୁ ବାଲେଶ୍ବର ସରକାରୀ ଘରେ ପ୍ରଭାସ ରହୁଥିବାରୁ ସେହି ଘରୁ ନଗଦ ୧୧ ଲକ୍ଷ ସହ ମିଳିଛି ବିପୁଳ ସୁନା, ରୂପା ଏବଂ ଗୋଟିଏ ସୁନା ବିସ୍କୁଟ।

୨୦୦୭ ଯାଏଁ ବାଲେଶ୍ୱର ଜଳସେଚନ ବିଭାଗର SDO ଥିଲେ ଇଞ୍ଜିନିୟର ପ୍ରଭାସ। ପରେ ପଦୋନ୍ନତି ପାଇ ସେହି ବିଭାଗରେ ବନିଥିଲେ ଅଧୀକ୍ଷଣ ଯନ୍ତ୍ରୀ। ଆଉ ଗତକାଲି ହିଁ ଆଉ ଏକ ପ୍ରମୋସନ ପାଇ ହୋଇଯାଇଥିଲେ ଆନନ୍ଦପୁର ବ୍ୟାରେଜ୍ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ସେହି ଖୁସିରେ ବିଭୋର ହେବା ଭିତରେ ବାବୁ ପ୍ରଭାସ କିନ୍ତୁ ପଡ଼ିଯାଇଥିଲେ ଭିଜିଲାନ୍ସ ଜାଲରେ। ଏବେ ଚାଲିଛି ଖୋଳତାଡ଼ । ତେଣେ କଳାହାଣ୍ଡିରେ ଚର୍ଚ୍ଚାରେ ଆଉ ଜଣେ ବଡ଼ ମାଛ ତଥା ଗୋଲାମୁଣ୍ଡା ବିଡ଼ିଓ। ନାଁ ଅକ୍ଷମିତା କାର୍ତ୍ତିକ। କାଲି ସଂଧ୍ୟାରେ ମାଡାମଙ୍କ ଗାଡ଼ିରୁ ମିଳିଥିଲା ନଗଦ ୪ ଲକ୍ଷ ୯୨ ହଜାର ଟଙ୍କା। ତେବେ ଟଙ୍କା ସଂପର୍କରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ମାଡ଼ାମ୍ ଅକ୍ଷମିତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ୨ଥର ବିଭାଗୀୟ ତଦନ୍ତ ମଧ୍ୟ ହୋଇଛି। ଏପରିକି ପୋଲିସ କେସ୍ ବି ହୋଇଥିଲା। ଅଥଚ ତାଙ୍କ ବିରୋଧରେ କାହିଁକି ହୋଇନଥିଲା କଠୋର କାର୍ଯ୍ୟାନୁଷ୍ଠାନ ? ପୁଣି ଥରେ ଚାକିରିରେ ଅବସ୍ଥାପିତ କରି ରଖିବା ପଛର କାରଣ କ’ଣ ? ସେନେଇ ପ୍ରଶ୍ନ ଉଠିଛି। 

Advertisment

ଭିଜିଲାନ୍ସ ତଥ୍ୟ କହୁଛି ୨୦୨୨ରେ ୮୪ଟି ଓ ୨୦୨୩ରେ ୮୫ଟି ଆୟବହିର୍ଭୁତ ସଂପତ୍ତି ଠୁଳ ମାମଲା ରୁଜୁ ହୋଇଛି। ତା ଭିତରେ ୭ ଜଣ କୋଟିପତି ବାବୁ ଫସିଛନ୍ତି ଭିଜିଲାନ୍ସ ଜାଲରେ। ଆଉ ଏବେ ଏବେ ଅବକାରୀ ବିଭାଗର ଭୁବନେଶ୍ବର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର, ବଲାଙ୍ଗିର ଲୋୟର ସୁକତେଲ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ୍ ରାଉତ, ବୌଦ୍ଦ ଆରଟିଓ ବସନ୍ତ ମହାପାତ୍ର, ଯୁଗ୍ମ ଖଣି ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ପାଳି ପଡ଼ିଥିଲା।

Vigilance Vigilance Raid
Advertisment
Advertisment