/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687595795.jpg)
Prasanta Rout arrested
ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରୁ ବାହାରିଛି ପୁଳାପୁଳା ସମ୍ପତ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଶାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଭିଜିଲାନ୍ସ ସେଲ୍ ଏସ୍ପି ଏମ୍. ରାଧାକ୍ରିଷ୍ଣନ ଜବତ ହୋଇଥିବା ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଭିଜିଲାନ୍ସ ସେଲ୍ ଏସ୍ପି ଏମ୍. ରାଧାକ୍ରିଷ୍ଣନ କହିଛନ୍ତି, ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇଛି ।
୩ କୋଟିରୁ ଅଧିକ ଟଙ୍କା ଓ ଭୁବନେଶ୍ୱରରେ ଠାବ ହୋଇଛି ବିଲ୍ଡିଂ । ତାହା ସହ ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ । ଖାଲି ସେତିକି ନୁହେଁ, ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି । ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଥିବା କହିଛି ଭିଜିଲାନ୍ସ ।
ଗତକାଲି ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଥିଲା । ଭୁବନେଶ୍ୱର କାନନବିହାର ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ମିଳିଥିବାବେଳେ ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଖାଲି ସେତିକି ନୁହେଁ, ଏହା ସହିତ ନବରଙ୍ଗପୁର ସରକାରୀ ଘରୁ ୭୭ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)