Advertisment

କାଳିଆ ଦୁଆରେ ମିଛ କହି ବନ୍ଧା ହେଲେ ୧୨

ଗିରଫ ଦୁଇ ଶ୍ରଦ୍ଧାଳୁଙ୍କ ଭିତରେ ୨ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲାର ଅଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ପୁରୀ ଅଞ୍ଚଳର ୭ ଜଣ ବ୍ୟକ୍ତି ଅଛନ୍ତି। ସେମାନଙ୍କ ଭିତରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଗିରଫଦାରୀଙ୍କ ଭିତରେ ମାଷ୍ଟର ମାଇଣ୍ଡ ଓ ମୁଖ୍ୟ ଅଭିଯୁକ୍ତ ଅଛନ୍ତି।

author-image
Chandan Shishu
Puri Shree Mandir

Puri Shree Mandir

ପୁରୀ: ଶ୍ରୀମନ୍ଦିରରେ ଫେକ୍ RTPCR ନେଗେଟିଭ ରିପୋର୍ଟ ଦେଖାଇ ପ୍ରବେଶ ମାମଲାରେ ୧୨ ଗିରଫ।  ପୁରୀ ପୋଲିସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଫେକ୍ ଆରଟିପିସିଆର ରିପୋର୍ଟ ପ୍ରସ୍ତୁତ କରୁଥିବା ମାଷ୍ଟମାଇଣ୍ଡକୁ ବି ପୋଲିସ ଧରିଥିବା ସୂଚନା ଦେଇଛି। ଏମାନଙ୍କ ନାଁ ୩ଟି ଭିନ୍ନ ଭିନ୍ନ ମାମଲା ରହିଛି। ଏହି ଫେକ୍ RTPCR ସାର୍ଟିଫିକେଟ୍ ରାକେଟରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ। ଏଭଳି କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ପୋଲିସ କହିଛି। 

Advertisment

ଫେକ୍‌ RT-PCR ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିର ଭିତରେ ପ୍ରବେଶ ନେଇ ପୁରୀ ସିଂହଦ୍ୱାର ଥାନାରେ ଦୁଇଟି ଓ କୁମ୍ଭାରପଡ଼ା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିଂହଦ୍ୱାର ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛନ୍ତି।

Advertisment

ଗିରଫ ଦୁଇ ଶ୍ରଦ୍ଧାଳୁଙ୍କ ଭିତରେ ୨ଜଣ ମଧ୍ୟପ୍ରଦେଶର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ଜିଲ୍ଲାର ଅଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ପୁରୀ ଅଞ୍ଚଳର ୭ ଜଣ ବ୍ୟକ୍ତି ଫେକ୍‌ RT-PCR ରିପୋର୍ଟ ପ୍ରସ୍ତୁତି ପ୍ରଦାନ କରିଥିଲେ। ସେମାନଙ୍କ ଭିତରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଗିରଫଦାରୀଙ୍କ ଭିତରେ ମାଷ୍ଟର ମାଇଣ୍ଡ ଓ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। 

ସେହିପରି କୁମ୍ଭାରପଡ଼ା ଥାନାରେ ରୁଜୁ ହୋଇଥିବା ମାମଲାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଶ୍ରଦ୍ଧାଳୁଙ୍କ ଘର ଛତିଶଗଡ଼ ରାଜ୍ୟର। ତାଙ୍କୁ(ଶ୍ରଦ୍ଧାଳୁ) ପୁରୀ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଫେକ୍‌ RT-PCR ପ୍ରସ୍ତୁତ କରି ପ୍ରଦାନ କରିଥିଲେ। ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୁଲିସ କହିଛି।

Puri Jagannath Temple Fake RTPCR Report
Advertisment
Advertisment