Advertisment

୭୧ ବର୍ଷରେ ପ୍ରେମ କଲା ପାଗଳ; ଝିଅକୁ ପାଇବା ପାଇଁ ସ୍ତ୍ରୀକୁ ଦେଲା ବିଷ

ସାବତ ଝିଅକୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷ ଦେଇ ହତ୍ୟା ଉଦ୍ୟମ। ଆମେରିକାର ଇଣ୍ଡିଆନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

author-image
Sonali Ojha
ଅଦ୍ୟତନ ହୋଇଛି
poision

poision

ବାପା ନାଁରେ କଳଙ୍କ। ସାବତ ଝିଅକୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷ ଦେଇ ହତ୍ୟା ଉଦ୍ୟମ। ଆମେରିକାର ଇଣ୍ଡିଆନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଭିଯୁକ୍ତ ବାପାର ବୟସ ୭୧ବର୍ଷ।

Advertisment

ସୂଚନା ଅନୁସାରେ, ଇଣ୍ଡିଆନାର ଆଲଫ୍ରେଡ ରୁଫ ନିଜର ସାବତ ଝିଅକୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ରାସ୍ତାରେ କଣ୍ଟା ସାଜିଥିଲେ ପତ୍ନୀ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ସୁପରପ୍ଲାନ କରିଥିଲେ ଆଲଫ୍ରେଡ। ୨୦୨୧ ମସିହାରୁ ସେ ଲଗାତାର ତାଙ୍କୁ କୋଲ୍‌ଡ୍ରିଙ୍କସରେ ବିଷ ଦେଇ ଆସୁଥିଲେ। ଯାହାଫଳରେ ସେ ଅସୁସ୍ଥ ହୋଇପଡିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାରମ୍ୱାର ଏପରି ହେବାରୁ ଡାକ୍ତରଙ୍କ ସନ୍ଦେହ ବଢିଥିଲା ଓ ପୂରା କଥା ସାମନାକୁ ଆସିଲା।

ଆଲଫ୍ରେଡଙ୍କ ପତ୍ନୀ ୨୦୨୨ ଜାନୁଆରୀ ମାସରେ ଏନେଇ ପୋଲିସ ନିକଟରେ ଅଭିଯାଗ କରିଥିଲେ । ସ୍ୱାମୀ ତାଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରୁଥିବା ସେ ପୋଲିସକୁ କହିଥିଲେ। ମୁଣ୍ଡବ୍ୟଥା, ନିଦ୍ରାହୀନତା ପାଇଁ ୬ ଥର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ପାଇଁ ଘରେ ପହଞ୍ଚିବା ପରେ ଧଳା ପାଉଡର ଏବଂ କୋକାକୋଲା ପାଇଥିଲେ। ପରୀକ୍ଷଣ ପରେ ଜଣାପଡିଥିଲା ​​ଯେ ମହିଳାଙ୍କୁ କୋକାକୋଲାରେ ବିଷ ଦିଆଯାଉଛି।

Advertisment

ପୋଲିସ ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଆଲଫ୍ରେଡଙ୍କୁ ଗିରଫ କରିଥିଲା। ତେବେ ସେ ପୋଲିସ ନିକଟରେ ସତ ମାନିଥିଲେ। ତାଙ୍କ କହିବା ମୁତାବକ, ତାଙ୍କ ପତ୍ନୀଙ୍କର ପୂର୍ବରୁ ୩୧ବର୍ଷୀୟ ଝିଅ ଥିଲା। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେ ସାବତ ଝିଅ ତାଙ୍କୁ ତାଙ୍କ ମା’ଙ୍କୁ ହତ୍ୟା କରିବାପାଇଁ ପ୍ରବର୍ତ୍ତାଇଥିଲେ। ଏଥିପାଇଁ ସେ ତାଙ୍କୁ ପାଉଡର ପରି କିଛି ପଦାର୍ଥ ଦେଇଥିଲେ। ଏହାକୁ ସେ ମା’ଙ୍କ ପାନୀୟରେ ମିଶାଇବାକୁ କହିଥିଲେ। ଏହାକୁ ପିଇ ସେ ପ୍ରଥମେ ୧୩ଘଣ୍ଟା ଶୋଇଥିଲେ। ଏହାପରେ ସେ ବାରମ୍ୱାର ତାଙ୍କୁ ଏହି ବିଷ ଦେଇଚାଲିଥିଲେ।

ଆଲଫ୍ରେଡ ସ୍ୱୀକାର କରିଛନ୍ତି ଯେ ସେ ସେପ୍ଟେମ୍ବରରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ନିଜ ପତ୍ନୀଙ୍କୁ ୧୨ଥର ପାଉଡର ଭଳି ପଦାର୍ଥ ଦେଇଥିଲେ। ଏହି ଡ୍ରଗ୍ସ ଶେଷରେ ତାଙ୍କ ପତ୍ନୀଙ୍କୁ ରାସ୍ତାରୁ ହଟାଇ ଦେବ ବୋଲି ସେ ବିଶ୍ୱାସ ରଖିଥିଲେ। ମାତ୍ର ପ୍ଲାନ ପୂର୍ବରୁ ସବୁ ସତ ଜଣାପଡିଗଲା। କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୫ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

Poison Marriage
Advertisment
Advertisment