Advertisment

ଅନ୍ଧବିଶ୍ୱାସର କରୁଣ ପରିଣତି...ସ୍ୱାମୀଙ୍କୁ ଛୁରି ଭୁସିଦେଲେ, ପିଲାଙ୍କୁ କାରରୁ ପିଙ୍ଗି ମାରିଦେଲେ

ଜନସନ ଏବଂ ତାଙ୍କ ସ୍ୱାମୀ ଜେଲେନ ଏଲନ୍ ଚାନୀଙ୍କ ମଧ୍ୟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ୪୦ରେ କାଠଲାଣ୍ଡ ହିଲ୍ସ ଆପାର୍ଟମେଣ୍ଟରେ ଝଗଡା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଜନସନ ଚାନୀଙ୍କୁ ଛୁରି ଭୁସି ଦେଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
US astrology influencer, worried about solar eclipse, kills partner, baby

US astrology influencer, worried about solar eclipse, kills partner, baby

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସ୍ୱାମୀ ଓ ପିଲାଙ୍କୁ ହତ୍ୟା କଲେ ମହିଳା ଜ୍ୟୋତିଷ। ନିକଟରେ ହୋଇଥିବା ସଂପୂର୍ଣ୍ଣ ସୂର୍ଯ୍ୟୋପରାଗ ସହ ଦୁନିଆ ଶେଷ ହୋଇଯିବ ଭାବି ସେ ଚିନ୍ତାରେ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ତେବେ ଏଥିପାଇଁ ସେ ସ୍ୱାମୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ଘଟାଇ ସେ ଦୁଇ ପିଲାଙ୍କୁ କାରରେ ନେଇ ଚଳନ୍ତା ଗାଡିରୁ ଫିଙ୍ଗି ଦେଇଥିଲେ। ଏଥିରେ ୮ମାସର ଶିଶୁଟିର ମୃତ୍ୟୁ ହୋଇଥିବା ବେଳେ ୯ବର୍ଷର ପିଲା ସୌଭାଗ୍ୟ ବଶତଃ ବଞ୍ଚିଯାଇଛି।

Advertisment

ଏଭଳି ଅଭାବନୀୟ ଓ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି ଆମେରିକାର ଲସ ଏଞ୍ଜେଲସ୍ ଆପାର୍ଟମେଣ୍ଟରେ। ୩୪ବର୍ଷୀୟ ମହିଳା ଡାନିଏଲ ଚେରାକିୟାହ ନିଜକୁ ଜ୍ୟୋତିଷ ବୋଲି କହୁଥିଲେ। ସେ ସୋସିଆଲ ମିଡିଆ Xରେ “ଆୟୋକା” ନାମରେ ସକ୍ରିୟ ଥିଲେ ଓ ସେହି ନାଁରେ ବିଭିନ୍ନ ପୋଷ୍ଟ କରୁଥିଲେ।ନିକଟରେ ସଂପୂର୍ଣ୍ଣ ସୂର୍ଯ୍ୟୋପରାଗକୁ ସେ ଆଧ୍ୟାତ୍ମିକ ଯୁଦ୍ଧର ପ୍ରତୀକ ବୋଲି କହିଥିଲେ।

Advertisment

ଏପ୍ରିଲ୍ ୪ ତାରିଖରେ, ସେ Xରେ ଏକ ପୋଷ୍ଟ କରିଥିଲେ, “ଆପଣଙ୍କର ସୁରକ୍ଷାକୁ ଦୃଷ୍ଟି ଦିଅନ୍ତୁ ଏବଂ ହୃଦୟକୁ ଠିକ୍ ସ୍ଥାନରେ ରଖନ୍ତୁ। ଦୁନିଆ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଯଦି ଆପଣ କାହା ପକ୍ଷ ନେବାକୁ ଚାହୁଁଛନ୍ତି ତେବେ ନିଅନ୍ତୁ। ଏବେ ବି ସମୟ ଅଛି, ନିଜ ଜୀବନ ସହ ଯୋଡି ହୋଇଥିବା ଜିନିଷ ସବୁ ଠିକ୍ କରିଦିଅନ୍ତୁ।”ତେବେ ଆସୋସିଏଟେଡ୍ ପ୍ରେସ ରିପୋର୍ଟ କରିଛି ଯେ ଅନୁସନ୍ଧାନକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ମହିଳାଙ୍କ ସୋସିଆଲ ମିଡିଆ ପୋଷ୍ଟ ଯାଞ୍ଚ କରାଯାଇଛି। ତଥାପି, ପୋଲିସ୍ ଏହାକୁ ହତ୍ୟାକାଣ୍ଡର କାରଣ ବୋଲି ବିବେଚନା କରୁନାହିଁ । ତେବେ ପୋଲିସ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି।

ଏପି ରିପୋର୍ଟ ଅନୁଯାୟୀ, ଜନସନ ଏବଂ ତାଙ୍କ ସ୍ୱାମୀ ଜେଲେନ ଏଲନ୍ ଚାନୀଙ୍କ ମଧ୍ୟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ୪୦ରେ କାଠଲାଣ୍ଡ ହିଲ୍ସ ଆପାର୍ଟମେଣ୍ଟରେ ଝଗଡା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଜନସନ ଚାନୀଙ୍କୁ ଛୁରି ଭୁସି ଦେଇଥିଲେ। ଏହାପରେ ତାଙ୍କର ଦୁଇ ସନ୍ତାନ ଓ ୯ବର୍ଷର ଭଉଣୀକୁ ନେଇ ପୋର୍ସେ କେଏନେରେ ବାସଭବନ ଛାଡିଥିବା ଅଭିଯୋଗ ହୋଇଛି।

ପରେ ଭୋର ପ୍ରାୟ ୪ଟା ୩୦ରେ ଜନସନ କୁଲଭର ସିଟିରେ ଥିବା ଆନ୍ତଃରାଜ୍ୟ 405ରେ ଯାଇ ତାଙ୍କ ଝିଅମାନଙ୍କୁ ଚଳନ୍ତା ଏସୟୁଭି କାରରୁ ଫିଙ୍ଗି ଦେଇଥିବା ପୋଲିସ କହିଛି। ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବଡ଼ ଝିଅଟି ଛୁରାମାଡରେ ଆହତ ହୋଇଛି। ଜନସନ ଦକ୍ଷିଣ-ପଶ୍ଚିମ ରେଡୋଣ୍ଡୋ ବିଚ ଆଡକୁ ଯାଇଥିଲେ। ପ୍ରାୟ ଅଧ ଘଣ୍ଟା ପରେ, ସେ ଘଣ୍ଟା ପ୍ରତି ୧୬୦କିଲୋମିଟର ବେଗରେ ଗାଡି ଚଳାଉଥିଲେ ଏବଂ ଏକ ଗଛରେ ପିଟି ହୋଇଯାଇଥିଲେ। ତେବେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ କି ନାହିଁ ସେନେଇ ଲସ୍ ଆଞ୍ଜେଲସ୍ ପୋଲିସ୍ ଅନୁସନ୍ଧାନ ଚଲାଇଛି।

Murder Solar Eclipse
Advertisment
Advertisment