• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍‌ ଜିପିଟି । ଅପରାଧୀଙ୍କୁ ଧରିବା ଓ ପୋଲିସ ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜି । ଅପରାଧୀଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶ ପୋଲିସ AI ବ୍ୟବହାର ଆରମ୍ଭ କରିଛି । ଉତ୍ତରପ୍ରଦେଶ ପୋଲିସ ଡିଜିପି ପ୍ରଶାନ୍ତ କୁମାର କ୍ରାଇମ୍‌ ଜିପିଟି ଲଞ୍ଚ କରିଛନ୍ତି । ଏହି ଟେକ୍ନୋଲୋଜି ଷ୍ଟାକ୍ ଟେକ୍ନୋଲୋଜି ଦ୍ୱାରା ତିଆରି କରାଯାଇଛି । ଏହା ଅପରାଧୀଙ୍କ ବିଷୟରେ ସୂଚନା ସଂଗ୍ରହ କରିବାରେ ପୋଲିସକୁ ବହୁତ ସାହାଯ୍ୟ କରିବ । 

କ୍ରାଇମ୍‌ ଜିପିଟି ହେଉଛି କମ୍ପାନୀର ନୂଆ AI ଚାଳିତ ପ୍ରଯୁକ୍ତିବିଦ୍ୟା । ଉତ୍ତରପ୍ରଦେଶ ପୋଲିସ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ ସହଯୋଗରେ ଏହା ପ୍ରସ୍ତୁତ କରାଯାଇଛି । ଏହା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ବହୁତ ସାହାଯ୍ୟ କରିପାରିବ । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ଶକ୍ତି ବ୍ୟବହାର କରି କ୍ରାଇମ୍‌ ଜିପିଟି କାମ କରେ । ଏହା କମ୍ ସମୟ ମଧ୍ୟରେ ଅପରାଧୀଙ୍କୁ ଚିହ୍ନଟ କରିପାରିବ । 

କେମିତି ଧରାପଡ଼ିବେ ଅପରାଧୀ ? 

ଏହା ପୂର୍ବରୁ କମ୍ପାନୀ ପୂର୍ବରୁ ତ୍ରିନେତ୍ର ଆପ୍‌ ବ୍ୟବହାରୁ କରୁଛି । ବର୍ତ୍ତମାନ କ୍ରାଇମ୍‌ ଜିପିଟି ଫିଚର୍‌ର ଆଡ୍‌ ସହିତ ଏହାକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ । ପୁରୁଣା ସୂଚନା ଜାଣି, ଏହାକୁ ମନିଟରିଂ କରି , ମୁହଁକୁ ଚିହ୍ନି ଏବଂ ଭଏସ୍‌ ବ୍ୟବହାର ମାଧ୍ୟମରେ ଅପରାଧୀଙ୍କୁ ଟ୍ରାକ୍ କରିବା ଓ ଧରିବାକୁ ସହଜ କରିଥାଏ । 

Staqu ହେଉଛି ପ୍ରଥମ ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ଯାହା ୟୁପି ପୋଲିସର ସହଯୋଗରେ ୯ ଲକ୍ଷରୁ ଅଧିକ ଅପରାଧୀଙ୍କ ତଥ୍ୟକୁ ଡିଜିଟାଲାଇଜ୍ କରିଛି ।

ଗତ କିଛି ବର୍ଷ ହେବ ଉତ୍ତରପ୍ରଦେଶ ପୋଲିସ ତ୍ରିନେତ୍ର ଆପ୍‌ ମଧ୍ୟ ବ୍ୟବହାର କରୁଛି । ଏହାର ବଡ ପ୍ରଭାବ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଦେଖିବାକୁ ମିଳିଛି । ଏହା କେବଳ ଜନସାଧାରଣଙ୍କୁ ଏକ ନିରାପଦ ପରିବେଶ ଯୋଗାଇବାରେ ସାହାଯ୍ୟ କରିନାହିଁ, ବରଂ ପୋଲିସ ଠିକ୍ ସମୟରେ ସଚେତନତା ସହିତ ଆନ ଇଶୃଙ୍ଖଳା ରକ୍ଷା କରୁଛି । ୟୁପି ପୋଲିସ କାମକୁ ଡିଜିଟାଲାଇଜେସନ୍ କରି ଆଇନ ପ୍ରଣୟନକାରୀ ସଂସ୍ଥା ପାଇଁ ମୂଳଦୁଆ ପକାଇଛି ।