Advertisment

UP Man Shoots:ମାର୍କେଟ ଭିଡ ଭିତରେ ପତ୍ନୀଙ୍କୁ ଗୁଳି ମାରି ହତ୍ୟା, ୧୫ବର୍ଷ ତଳେ ହୋଇଥିଲା ବିବାହ

ଘଟଣା ସମ୍ପର୍କରେ ପୁଲିସ୍‌ ଖବର ପାଇ ମାର୍କେଟରେ ପହଞ୍ଚିଥିଲା। ସେଠାରୁ ପୁଲିସ୍‌ ବିଶ୍ୱକର୍ମାଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ଶାହପୁର ଅଞ୍ଚଳର ଜେଲ ରୋଡରେ ପୂରା ଘଟଣା ଘଟିଛି। ଏଠାରେ ଥିବା ଗୋରଖପୁର ମାର୍କେଟରେ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଅ

author-image
Manasranjan Mohanty
murder

murder

ମାର୍କେଟରେ ପ୍ରବଳ ଭିଡ଼। ଶହଶହ ଲୋକ ମାର୍କେଟରେ ନିଜ ନିଜ ଜିନିଷ କିଣିବାରେ ବ୍ୟସ୍ତ ଥିଲେ। ଏହି ଜନଗହଳୀପୂର୍ଣ୍ଣ ମାର୍କେଟରେ ଓ ସର୍ବସମ୍ମୁଖରେ ଫୁଟିଛି ଗୁଳି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ସର୍ବସମ୍ମୁଖରେ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଗୋରଖପୁର ମାର୍କେଟରେ ବୁଧବାର ରାତି ୮ଟାରେ ଏଭଳି ଘଟଣା ଘଟିଛି।

Advertisment

ସ୍ୱାମୀଙ୍କ ଗୁଳି ମାଡ଼ ପରେ ସ୍ଥାନୀୟ ଲୋକମାନେ ମହିଳାଙ୍କୁ ତୁରନ୍ତ ନିଟସ୍ଥ ଘରୋଇ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ବିଶ୍ୱକର୍ମା ଚୌହାନ। ସେ ନିଜର ହେଲମେଟ ଭିତରେ ପିସ୍ତଲକୁ ଲୁଚାଇ ରଖିଥିଲେ।

ପତ୍ନୀଙ୍କୁ ଗୁଳି ମାରିବା ପରେ ସେ ୨୫ ମିନିଟ ଧରି ଘଟଣା ସ୍ଥଳରେ ଛିଡ଼ା ହୋଇ ରହିଥିଲେ। ଏହି ସମୟରେ ସେ ବାରମ୍ବାର କେବଳ ଗୋଟିଏ କଥା କହୁଥିଲେ, “ୟା ଯୋଗୁ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲି।”

Advertisment

ଘଟଣା ସମ୍ପର୍କରେ ପୁଲିସ୍‌ ଖବର ପାଇ ମାର୍କେଟରେ ପହଞ୍ଚିଥିଲା। ସେଠାରୁ ପୁଲିସ୍‌ ବିଶ୍ୱକର୍ମାଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ଶାହପୁର ଅଞ୍ଚଳର ଜେଲ ରୋଡରେ ପୂରା ଘଟଣା ଘଟିଛି। ଏଠାରେ ଥିବା ଗୋରଖପୁର ମାର୍କେଟରେ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତ ବିଶ୍ୱକର୍ମା ପ୍ରାୟ ୧୫ ବର୍ଷ ତଳେ ମମତା ଚୌହାନଙ୍କୁ ବିବାହ କରିଥିଲେ। ହେଲେ ଦେଢ଼ ବର୍ଷ ହେଲା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ଚାଲିଥିଲା। ଏଥିଯୋଗୁ ସେମାନେ ଅଲଗା ହୋଇଯାଇଥିଲେ।

ମମତା ନିଜର ୧୩ ବର୍ଷୀୟ ଝିଅଙ୍କୁ ଧରି ଶାହପୁର ଅଞ୍ଚଳରେ ଥିବା ଗୀତା ବାଟିକା ନିକଟ ଭଡ଼ା ଘରେ ରହୁଥିଲେ। ବ୍ୟାଙ୍କ ରୋଡରେ ଥିବା ଗୋଟିଏ ଘରୋଇ କମ୍ପାନୀରେ ସେ କାମ କରୁଥିଲେ। ମମତାଙ୍କ ବାପ ଘର ଖାଞ୍ଜିରେ। ମାର୍କେଟରେ ଥିବା ଗୋଟିଏ ଫଟୋ ଷ୍ଟୁଡିଓକୁ ଫଟୋ ଉଠାଇବା ପାଇଁ ମମତା ବୁଧବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଆସିଥିଲେ।

ମମତା ଷ୍ଟୁଡିଓ ଭିତରେ ଥିବା ବେଳେ ବିଶ୍ୱକର୍ମା ବାଇକ ଧରି ସେଠାରେ ପହଞ୍ଚିଥିଲେ ଓ ଅପେକ୍ଷା କରି ରହିଥିଲେ। ମମତା ଫଟୋ ଉଠାଇ ବାହାରକୁ ବାହାରିବା କ୍ଷଣି ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଓ ମାରପିଟ ଆଡ଼କୁ କଥା ଯାଇଥିଲା। ଏଥିରେ ରାଗି ଯାଇ ବିଶ୍ୱକର୍ମ ନିଜ ପାଖରେ ରଖିଥିବା ବନ୍ଧକୁ ଦୁଇ ରାଉଣ୍ଡ ଗୁଳି ମମତାଙ୍କ ଉପରକୁ ଚଳାଇଥିଲେ। ଗୋଟିଏ ଗୁଳି ତାଙ୍କ ଛାତିରେ ଓ ଆଉ ଗୋଟିଏ ତାଙ୍କ ହାତରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ମମତା ଟଳି ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକ ମମତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୁଳି ମାଡ଼ କରିବା ପରେ ମଧ୍ୟ ବିଶ୍ୱକର୍ମ ଘଟଣା ସ୍ଥଳକୁ କେଉଁ ଆଡ଼େ ଯାଇ ନଥିଲେ। ପୁଲିସ୍‌ ଆସିବା ଯାଏ ସେ ଅପେକ୍ଷା କରିଥିଲେ। ପୁଲିସ କିଛି ସମୟ ପରେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

Murder Uttar Pradesh Divorce
Advertisment
Related Articles
Advertisment