• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ୱାମୀ । ପରେ ନିଜେ ଆତ୍ମହତ୍ୟା ପାଇଁ କଲା ଉଦ୍ୟମ । ପ୍ରଥମେ ନିଜ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା କରିବା ପରେ, ଦୁଇ ମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟ କରିଥିଲା ସ୍ୱାମୀ । ହେଲେ ଏହି ଘଟଣାରେ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସ୍ୱାମୀ କିନ୍ତୁ ଗୋଡ଼ ହାତ ଭାଙ୍ଗି ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଶ୍ରୁକ୍ରବାର ଏହି ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ପତ୍ନୀଙ୍କ ଚରିତ୍ର ପ୍ରତି ସନ୍ଦେହ କରୁଥିଲେ ସ୍ୱାମୀ । ପିତ୍ନୀ ଜଣେ ବ୍ୟାଙ୍କ ମ୍ୟାନେଜର ଥିଲେ ।

ମୃତ ମହିଳାଙ୍କ ବାପା ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯିଏ କି ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମେଡିକାଲରେ ପହଞ୍ଚିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିବା କହିଥିଲେ ଡାକ୍ତର । ଏଘଟଣା ନେଇ ପୋଲିସକୁ ଖବର ଦେଇଥିଲେ ମହିଳାଙ୍କ ବାପା । ଖବର ପାଇ ପୋଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନ୍ୟପଟେ ପତ୍ନୀଙ୍କୁ ଛୁରି ଭୁସିବା ପରେ ସ୍ୱାମୀ ବିକାଶ ମୀନା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ବିକାଶ ଜଣେ ବେରୋଜଗାର । ସେ ଦୁଇ ମହଲା ଉପରୁ ତଳକୁ ଡେଇଁ ନିଜକୁ ମାରିବାକୁ ଚାହିଁଥିଲେ । ଯାହାଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଛି । ମୁଣ୍ଡରେ ବି ଗଭୀର ଆଘାତ ଲାଗିଛି ।ପୁରା ଶରୀର ତାଙ୍କର ଆଘାତ ପାଇଛି । ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।