Advertisment

ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ, କୋର୍ଟ ଦେଲେ ବଡ଼ ରାୟ..!

ଖାନନଗର ହାଇସ୍କୁଲରେ ଘଟିଥିଲା ଘଟଣା । ନାବାଳକକୁ ପ୍ରଲୋଭିତ କରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ଚିନ୍ତାମଣି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
20 yr Jail For Raping Minor Girl

Highcourt

ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ ତଥା ଦୁଷ୍କର୍ମ ଅଭିଯୋଗ ମାମଲାରେ କଟକ ଆଡ଼ହକ ପୋକ୍ସୋ କୋର୍ଟଙ୍କ ଐତିହାସିକ ରାୟ। ଅଭିଯୁକ୍ତ ଚିନ୍ତାମଣି ନାୟକକୁ IPC ଧାରା ୩୭୭ ଓ ପୋକ୍ସୋ ଆଇନ ଧାରା-୬ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ଆଉ ବର୍ଷେ ଜେଲଦଣ୍ଡ ଭୋଗିବେ ଅଭିଯୁକ୍ତ। ଏହାସହ ପୀଡିତଙ୍କୁ ୩ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ ୨୦୧୯ ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜା ଦିନ ଖାନନଗର ହାଇସ୍କୁଲରେ ଅଭିଯୁକ୍ତ ଚିନ୍ତାମଣି ପୀଡିତ ନାବାଳକକୁ ଚକୋଲେଟ ଏବଂ କୁରକୁରେର ଲୋଭ ଦେଖାଇ ସ୍କୁଲ ଗାଧୁଆ ଘରେ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା। ଘରକୁ ଯାଇ ଏ ସଂପର୍କରେ ପୀଡିତ ନିଜ ମା’କୁ ଜଣାଇବା ପରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ।

ପୋଲିସ ଘଟଣାର ତଦନ୍ତ କରି ଚିନ୍ତାମଣିକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଘଟଣାର ପ୍ରାୟ ୫ ବର୍ଷ ପରେ ୧୩ ସାକ୍ଷୀ ଓ ୧୨ଟି ଗୁରୁତ୍ୱପୂର୍ଣ୍ଣ ଦଲିଲ ଆଧାରରେ କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment
Minor Girl Rape Case High Court
Advertisment
Advertisment