• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଅଘଟଣ । ଭୁଲ୍‌ ନିଷ୍ପତ୍ତି ଯୋଗୁଁ ଚାଲିଗଲା ଅମ୍ପାୟାରଙ୍କ ଜୀବନ । ଛୁରା ମାଡ଼ରେ ଜଣେ ଯୁବକ ମୃତ । ଛୁରାମାଡ଼ ସହ ପଛପଟୁ ବ୍ୟାଟରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ଦିଆଯାଇଛି । ଛୁରାମାଡ଼ କରିଥିବା ଜଣେ ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିବା ବେଳେ ଚୌଦ୍ଵାର ପୋଲିସ ନେବାକୁ ଚେଷ୍ଟା କରୁଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ମହିଷାନଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳରୁ ମହାଭାରତ । ଭୁଲ ନିଷ୍ପତ୍ତି ଅଭିଯୋଗରେ ଉତ୍‌କ୍ଷିପ୍ତ ଦୁଇ ଯୁବକ ଅମ୍ପାୟାରଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଭାବେ ଅମ୍ପାୟାରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା ଡାକ୍ତର କରିଛନ୍ତି ।

କଟକ ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁସାଲଣ୍ଡା ପଞ୍ଚାୟତରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିବା ବେଳେ ଦୁଇଟି ଟିମ୍ ଭିତରେ ଗଣ୍ଡଗୋଳ ଘଟି ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ ଖେଳ ଚାଲୁଥିବା ସମୟରେ ଓମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଯୁବକ ସ୍ମୃତିରଞ୍ଜନ(ମୁନା)ରାଉତ ଏକ ଧାରୁଆ ଛୁରୀରେ ମହିଂସାଲଣ୍ଡା ଗ୍ରାମର ଲକି ରାଉତକୁ ଛୁରୀରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଲକି ଗୁରୁତର ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକେ ତାକୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆକ୍ରମଣ କରିଥିବା ଯୁବକଙ୍କୁ ଧରି ଅଟକ ରଖିଛନ୍ତି ଗ୍ରାମବାସୀ । ସ୍ଥିତିକୁ ଆୟତ୍ତ କରିବା ପାଇଁ ଗାଁରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।