/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700913158.jpg)
Raighar police
ଯୁବତୀଙ୍କୁ ନିର୍ମମ ହତ୍ୟା । ଜୀବନରୁ ମାରିଦେବା ପରେ ଖଣ୍ଡ ଖଣ୍ଡ କରି କାଟି ପୋତି ଦେଲା ଦୁର୍ବୃତ୍ତ । ଖଣ୍ଡିଏ କି ଦୁଇ ଖଣ୍ଡ ନୁହେଁ ବରଂ ଯୁବତୀଙ୍କ ମରଶରୀରକୁ କଲା ୩୨ ଖଣ୍ଟ । ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ । ମାଟି ତଳେ ଯୁବତୀଙ୍କ ମୃତଦେହ ଠାବ ହେବା ପରେ ପୋଲିସ ଜୋରଦାର ତଦନ୍ତ ଚଳାଇଛି ।
ସେପଟେ ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି । ହତ୍ୟା ପରେ ୩୨ ଖଣ୍ଡ କରି କାଟିବା ପରେ ମାଟିରେ ଦୁର୍ବୃତ୍ତ ପୋତିଥିଲେ ବୋଲି ପୋଲିସ କହିଛି । ପୋଲିସର କହିବା ଅନୁସାରେ ଜଙ୍ଗଲରେ ଅଧା ପୋତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଥିଲା । ରାଇଘର ଥାନା ମୁରୁମଡ଼ିହି ଗାଁ ନିକଟ ଜଙ୍ଗଲରେ ଏହି ମୃତଦେହ ମିଳିଛି ବୋଲି ପୋଲିସ ସୂଚନା ଦେଇଛି ।
ଯୁବତୀ ଜଣକଙ୍କ ପରିଚୟ ମିଳି ନଥିବାବେଳେ ତାଙ୍କ ଘର ବାଘବେଡ଼ାର ବୋଲି ଅନୁମାନ କରାଯାଉଛି । ପ୍ରେମ ଜନିତ ବ୍ୟାପାରରୁ ଯୁବତୀଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହରେ ପୋଲିସ ସେହି ଗାଁର ଚନ୍ଦ୍ର ରାଉତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସାଇଣ୍ଟିଫିକ୍ ଟିମ୍ ପହଂଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)