• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭବାନୀପାଟଣା ଜେଲରୁ ଦୁଇ ବିଚାରାଧୀନ କଏଦୀ ଛୁ । ଚମ୍ପଟ ମାରିଲେ ଦୁଇ ପକ୍ସୋ ଆକ୍ଟ ଅଭିଯୁକ୍ତ । ପୋଲିସର ସ୍ୱତନ୍ତ୍ର ଟିମ୍ ଖୋଜାଖୋଜି କରୁଥିଲେ ବି, ମିଳୁନି ଦୁହିଁଙ୍କ ପତ୍ତା । ଫେରାର ହୋଇଥିବା ଦୁଇ କଏଦୀ ହେଲେ ସିକନ୍ଦର ଜାଲ ଓ ନୀଳାମ୍ବର ବିଭାର । ସେମାନଙ୍କ ଘର ନୂଆପଡ଼ା ଓ ଧର୍ମଗଡ଼ ଅଞ୍ଚଳରେ। ଭବାନୀପାଟଣା ଟାଉନଥାନାରେ ଏତଲା ପରେ, ଆଇଆଇସି ଯଶୋବନ୍ତ ହିଆଳ ଓ ଏସଡିପିଓ ସୁନରମ୍ ହେମ୍ବ୍ରମଙ୍କ ନେତୃତ୍ୱରେ ପୋଲିସ ଟିମ୍ ସେମାନଙ୍କୁ ଖୋଜୁଛି । ଜେଲକୁ ଯାଇ ପାରିପାର୍ଶ୍ୱିକ ସ୍ଥିତିର ମଧ୍ୟ ଅନୁଧ୍ୟାନ କରାଯାଇଛି ।

ସିସିଟିଭି ଫୁଟେଜ୍ ଓ ପାଚେରୀ ନିକଟରେ ପଡ଼ିଥିବା ରକ୍ତଛିଟାକୁ ଆଧାର କରି, ପ୍ରାଥମିକ ତଦନ୍ତରୁ ଉଭୟ କଏଦୀ ଜେଲ୍ ପାଚେରୀ ଡେଇଁ ପଳାଇଥିବା ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ସେମାନେ ପାଚେରୀ ଡେଇଁବାର ସୁଯୋଗ ପାଇଲେ, ସୁରକ୍ଷା ବ୍ୟବସ୍ଥାରେ ଏଭଳି ଢିଲା ହେଲା କେମିତି, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ, ଏନେଇ ଜେଲ୍ କର୍ତ୍ତୃପକ୍ଷ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।