Advertisment

ହେପାଜତ ମୃତ୍ୟୁ ଅଭିଯୋଗର ତଦନ୍ତ ହେବ: ଡିଆଇଜି

ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗ୍ରାମବାସୀ ବରଗଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ତେଜିତ ଗ୍ରାମବାସୀ ଏବଂ ପୋଲିସ ଧସ୍ତାଧସ୍ତି ହୋଇଥିଲା। ପରିବାର ଲୋକେ ମୃତଦେହକୁ ଧରି ଆନ୍ଦୋଳନ ବି କରିଥିଲେ।

author-image
Chandan Shishu
ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ

ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ

ବରଗଡ଼: ବରଗଡ଼ରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ତଦନ୍ତ ହେବ। ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି,  ଘଟଣାର ୨ଟି ପୃଥକ ତଦନ୍ତ ହେବ। ଘଟଣାର HRPC ଓ ନ୍ୟାୟିକ ତଦନ୍ତ ହେବ। ଆସନ୍ତାକାଲି NHRC ଗାଇଡଲାଇନ୍ ଅନୁସାରେ ମୃତଦେହ ବ୍ୟବଚ୍ଛେଦ ହେବ।ଏକ ଗଣ୍ଡଗୋଳ ମାମଲାରେ ଗତକାଲି ଯୁବକଙ୍କୁ ଉଠାଇ ନେଇଥିଲା ପୋଲିସ। ପରେ ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲ ଅଣାଯାଇଥିଲା ଏବଂ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment

ଗତ ଜୁଲାଇ ମାସ ୨୦ ତାରିଖରେ ମାଡପିଟ ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲାକୁ ରୁଜୁ ହୋଇଥିଲା। ବରଗଡ ତୋରା ଗ୍ରାମର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ଗତ ରାତିରେ ଟାଉନ ଥାନାକୁ ଉଠାଇ ଆଣିଥିଲା। ଆଜି ସକାଳେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଖେଦାପାଲି ସ୍ଥିତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ତେବେ ଡାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।

ତେବେ ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗ୍ରାମବାସୀ ବରଗଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ଉତ୍ତେଜିତ ଗ୍ରାମବାସୀ ଏବଂ ପୋଲିସ ଧସ୍ତାଧସ୍ତି ହୋଇଥିଲା। ପରିବାର ଲୋକେ ମୃତଦେହକୁ ଧରି ଆନ୍ଦୋଳନ ବି କରିଥିଲେ। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ଗୋବିନ୍ଦଙ୍କୁ ମାରି ହତ୍ୟା କରିଥିବା ପୋଲିସ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାନଗଲେ ଆତ୍ମହତ୍ୟା କରିବେ ବୋଲି କହି ଡାକ୍ତରଖାନାର ସାତ ମହଳା ଉପରକୁ ଚଢି ଯାଇଥିଲେ।

Advertisment
Odisha Police DIG Accused Death Public
Advertisment
Advertisment